ଅଙ୍ଗନବାଡି କର୍ମୀ ଆଣିଲେ ସାଙ୍ଘାତିକ ଅଭିଯୋଗ..ଲାଞ୍ଚ ନଦେବାରୁ ବ୍ଲାକମେଲିଙ୍ଗ ର ଶିକାର ହୋଇଥିବା ନେଇ ଥାନା ରେ ଅଭିଯୋଗ

ଅଙ୍ଗନବାଡି କର୍ମୀ ଙ୍କୁ ଲାଞ୍ଚ ମାଗୁଥିଲେ ତ୍ରିଲୋଚନ, ପ୍ରେମାକାନ୍ତ ଓ ତାଙ୍କ ସହଯୋଗୀ.ବ୍ଲାକମେଲିଙ୍ଗ ମଧ୍ୟ କରୁଥିଲେ… କିନ୍ତୁ ଅତିଶୟ ବ୍ଲାକମେଲିଙ୍ଗ ର ଯନ୍ତ୍ରଣା ସହି ନପାରି ଶେଷରେ ଅଙ୍ଗନବାଡି କର୍ମି ଥାନାରେ ଏତଲା ଦେଲେ..
ଲାଞ୍ଚ ମାଗିବା ବର୍ତମାନ ମହଙ୍ଗା ପଡିଛି ତ୍ରିଲୋଚନ, ପ୍ରେମାକାନ୍ତ ଓ ସତ୍ୟ ପଣ୍ଡା ଙ୍କ ପାଇଁ. ଘଟଣା ଟି ଏହି ଭଳି କି
ପାଟକୁରା ଥାନା ଅନ୍ତର୍ଗତ ବିଲବଳରାମପୁର(ଖ) ଅଙ୍ଗନବାଡି କର୍ମୀ ପ୍ରଣତି ସାହୁ ଏକ ୱେବ ପୋର୍ଟାଲ ଓ କିଛି ସୂଚନା କର୍ମୀ ଙ୍କ ନାମ ରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି.ଏକ ବର୍ଷ ତଳେ ଦୁଇ ଜଣ ଯୁବକ ତ୍ରିଲୋଚନ ବେହେରା ଓ ସତ୍ୟ ରଂଜନ ପଣ୍ଡା ସୂଚନା ଅଧିକାର ଆଇନ ବଳ ରେ ଉକ୍ତ ଅଙ୍ଗନବାଡ଼ି ର ତଥ୍ୟା ମଗାଇଥିଲେ. ତଥ୍ୟ ପ୍ରଦାନ ପରେ ତ୍ରିଲୋଚନ ଓ ସତ୍ୟ ରଂଜନ ଙ୍କ ସହ ମିଶି ଗରଦପୁର ର ଜଣେ ୱେବ ପୋର୍ଟାଲ ସାମ୍ବାଦିକ ପ୍ରେମାକାନ୍ତ ମହାପାତ୍ର ଅଙ୍ଗନବାଡି କର୍ମୀ ପ୍ରଣତି ଙ୍କୁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ..ପ୍ରଣତି ଦେଇଥିବା ତଥ୍ୟ ଠିକ ଥିବାରୁ ସେ ଲାଞ୍ଚ ଦେଇନଥିଲେ.କିନ୍ତୁ ବର୍ତମାନ ଦୁଇ ଯୁବକ ତ୍ରିଲୋଚନ ବେହେରା ଓ ସତ୍ୟ ରଂଜନ ପଣ୍ଡା କିଛି ୱେବ ଚାନେଲ ଓ ସୋସିଆଲ ମିଡ଼ିଆ ଜରିଆ ରେ ତଥ୍ୟ କୁ ଟ୍ୟାମ୍ପରିଙ୍ଗ କରି ଭୁଲ ତଥ୍ୟ କରି news ପରିବେଷଣ କରୁଥିବା ଅଭିଯୋଗ ହୋଇଛି. ଏଥିସହ ଉକ୍ତ ମହିଳା ଅଙ୍ଗନବାଡି କର୍ମି ଙ୍କ ଚରିତ୍ର ସଂହାର ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି ଏନେଇ ପ୍ରଣତି ସାହୁ ଓ ତାଙ୍କ ସ୍ୱାମୀ ମାନସିକ ଚାପ ଗ୍ରସ୍ତ ହେବା ପରେ ବାଧ୍ୟ ହୋଇ ପାଟକୁରା ଥାନା ରେ ତ୍ରିଲୋଚନ ବେହେରା, ସତ୍ୟ ରଂଜନ ପଣ୍ଡା, ୱେବ ଚାନେଲ ରିପୋର୍ଟର ପ୍ରେମାକାନ୍ତ ମହାପାତ୍ର ଓ ଏକ ୱେବ ଚାନେଲ “ହେଡ଼ ଲାଇନ ଓଡିଶା” ର ମୁଖ୍ୟ ବାପି ଙ୍କ ନାମ ରେ ଲିଖିତ ଅଭିଯୋଗ କରିଛନ୍ତି

Leave a comment
Latest news