ଅନୁଗୁଳ ଜିଲ୍ଲା ରେ ବ୍ରହ୍ମସୂତ୍ର ଧାରଣ ଉତ୍ସବ ଅନୁଷ୍ଠିତ ।
ଯୋଗଦେଲେ ଜିଲ୍ଲାର ଶତାଧିକ ଶୈବବିପ୍ର ବାଳକ।ବେଦଧ୍ୱନୀରେ ଉଛୁଳିଲା ଅନୁଗୁଳ ଜିଲ୍ଲା।ଉତ୍କଳ ଶିବଶକ୍ତି ମନ୍ଦିର ପୂଜକ ସଂଘ ଅନୁଗୁଳ ଶାଖା ପକ୍ଷରୁ ଆୟୋଜିତ ବ୍ରହ୍ମସୂତ୍ର ଧାରଣ ଉତ୍ସବ ଗତ ଦିନ ରେ ଅନୁଷ୍ଠିତ ହୋଇଯାଇଛି।ଦୁଇଦିନ ଧରି ଚାଲିଥିଲା ଏହି କାର୍ଯ୍ୟକ୍ରମ। ଯେଉଁଥିରେ ଚାରିକର୍ମ,ମୁଣ୍ଡନ,ବ୍ରହ୍ମସୂତ୍ର ଧାରଣ ବିଧି ସହିତ ଦୀକ୍ଷା ଗ୍ରହଣ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।ଏହି କ୍ରମରେ ରାଜ୍ୟ କାର୍ୟ୍ଯକାରିଣୀ ସଭାପତି ପରମ ଶୈବ ଲଳିତ କୁମାର ମାହାପାତ୍ର ଏବଂ ରାଜ୍ୟ ସମ୍ପାଦକ ଆଚାର୍ଯ୍ୟ ବି କେ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଅନୁଗୁଳ ଜିଲ୍ଲା ସଭାପତି ଶ୍ରୀ ଯୁକ୍ତ ଅମିତ ମହାପାତ୍ର ସମ୍ପାଦକ ଶ୍ରୀ ଯୁକ୍ତ ଶ୍ୟାମ ସୁନ୍ଦର ମହାପାତ୍ର ଓ ରାଜ୍ୟ ସାଂସ୍କୃତିକ ସମ୍ପାଦକ ପ୍ରକାଶ ରଣା ରାଜ୍ୟ ଉପ ସଭାପତି ପ୍ରଶାନ୍ତ ମହାପାତ୍ର ଉକ୍ତ କାର୍ଯ୍ୟକ୍ରମକୁ ଆୟୋଜନ କରିଥିବାବେଳେ ଜିଲ୍ଲାର ସମସ୍ତ ପରିଚାଳକ ସଦସ୍ୟ,ସମସ୍ତ ବ୍ଲକର ସଭାପତି,ସମ୍ପାଦକ,ଏବଂ ମୁଖପାତ୍ର ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ଅନୁଗୁଳ ବ୍ୟତୀତ ପୂର୍ଵ ଓଡିଶା ଏବଂ ପଶ୍ଚିମ ଓଡିଶାର ପ୍ରତ୍ୟେକ ଜିଲ୍ଲାରୁ ବହୁ ସଂଖ୍ୟକ ନେତୃମଣ୍ଡଳୀ ଉପସ୍ଥିତ ରହିଥିଲେ।ତେବେ ଶୈବବିପ୍ର ମାନଙ୍କର ଶିକ୍ଷା ,ସଂସ୍କାର, ସଂସ୍କୃତି,ସନାତନ ଧର୍ମର ସୁରକ୍ଷା, ଗୋ ସୁରକ୍ଷା, ଏବଂ ସମାଜସେବା ଦିଗରେ କାର୍ଯ୍ୟକରୁଥିବା ଓଡ଼ିଶାର ଏହି ଅଗ୍ରଣୀ ଆଧ୍ୟାତ୍ମିକ ଅନୁଷ୍ଠାନ ଆଗାମୀ ଦିନରେ ଆହୁରି ଅନେକ ସମାଜ ସଂସ୍କାର ମୂଳକ ପଦକ୍ଷେପ ଗ୍ରହଣ କରିବ ବୋଲି ରାଜ୍ୟ ସ୍ତରୀୟ ନେତାମାନେ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ।ଉକ୍ତ ବ୍ରହ୍ମ ସୂତ୍ର ଧାରଣ ଉତ୍ସବରେ ଅନୁଗୁଳ ଜିଲ୍ଲାରୁ 108 ଶୈବବିପ୍ର ବାଳକ ବ୍ରହ୍ମସୂତ୍ର ଧାରଣ କରିଥିବାବେଳେ ରାଜ୍ୟରୁ 500ରୁ ଉର୍ଦ୍ଧ୍ବ ଶୈବବିପ୍ର ଙ୍କ ସମାବେଶ ହୋଇଥିଲା।ମୁଖ୍ୟ କର୍ତ୍ତା ଭାବରେ ଶୈବବିପ୍ର ଶ୍ରୀଯୁକ୍ତ ମିଥୁନ ମହାପାତ୍ର କାର୍ଯ୍ୟକ୍ରମରେ ରହିଥିବାବେଳେ ଆଚାର୍ଯ୍ୟ,,,,,, ପ୍ରବଚକ—ଏବଂ ,,,,,,, କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।