ଅବିଶ୍ୱାସ ହେଲେବି ଅଲୌକିକ ଘଟଣା, ମାଟିଘୋଡା ପାଟିରୁ ବାହାରୁଛି ଧୂଆଁ !
ଆମେ ଦେବା ଦେବୀଙ୍କୁ ଏବଂ ଧାର୍ମିକ ପୀଠ ଗୁଡିକୁ କେତେ ବିଶ୍ୱାସ କରୁଛେ, ସେକଥା ତର୍କର ବାହାରେ ! କିନ୍ତୁ ଗ୍ରାମ ଦେବତାଙ୍କ ବିଜେ ସ୍ଥଳୀରେ କାହିଁକେଉଁ ଅନାଦି କାଳରୁ ପୂଜା ପାଇଆସୁଥିବା ମାଟି ଘୋଡା ଉପରେ ଅମର ଅଗାଧ ବିଶ୍ୱାସ ଓ ସୀମାହୀନ ଭକ୍ତି ଏବଂ ଆସ୍ଥା ରହିଆସିଛି ! କଟକ ଜିଲ୍ଲା ମାହାଙ୍ଗା ବ୍ଲକ ସମସରପୁର ପଞ୍ଚାୟତ ଅନ୍ତର୍ଗତ ସାତୋରୀ ଗ୍ରାମର ଗ୍ରାମଦେବତୀ ଭାବେ ମାଆ ହିଂଦୁଳାଇ ବେଶ ପ୍ରସିଦ୍ଧ ଅଟନ୍ତି !
ମାଆଙ୍କ ପୀଠରେ ଥିବା ମାଟିଘୋଡା ମୁହଁରୁ ଧୂଆଁ ନିର୍ଗତ ହେବା ଭଳି ଅଲୌକିକ ଦୃଶ୍ୟ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ! ଆଜି ସନ୍ଧ୍ୟାରେ ଏଭଳି ଘଟଣା ଘଟିଛି ଓ ଏହାକୁ ଦେଖିବାପାଇଁ ହଜାର ହଜାର ଶ୍ରଦ୍ଧାଳୁ ମାଆଙ୍କ ପୀଠରେ ଭିଡ଼ ଲଗାଇବା ଜଣାପଡିଛି !
ତେବେ ଏହି ଘଟଣା ସହିତ ଲୋକଙ୍କ ଭାବାବେଗ ଜଡିତ ଥିବାରୁ ଏବଂ ଆଧ୍ୟାତ୍ମିକ ଚେତନା ଭିତରେ ଗ୍ରାମ ଦେବତୀ ମାନଙ୍କ ପ୍ରତି ଅଖଣ୍ଡ ବିଶ୍ୱାସକୁ ଏଡ଼ାଇ ଯିବା ଚିନ୍ତାର ବାହାରେ ବୋଲି କୁହା ଯାଉଛି !