ଅଭିନେତା ମିହିର ଦାସ ଙ୍କଶ୍ରଦ୍ଧାଞ୍ଜଳି ଦେବା ଅବସରରେ କଟକ କୁମ୍ଭାର ସାହିର ବାସିନ୍ଦା ତାଙ୍କର ଏକ ପ୍ରତିମୂର୍ତ୍ତି ତିଆରି କରିଛନ୍ତି

ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ମିହିର ଦାସ ଙ୍କ ପରଲୋକ ଘଟିଛି।କିନ୍ତୁ ନିଜର ଚମତ୍କାର ଅଭିନୟ,ହୃଦୟ ସ୍ପର୍ଷୀ,ଅଭିନୟ ପାଇଁ ସମସ୍ତଙ୍କ ହୃଦୟରେ ରହିଯାଇଛନ୍ତି ।ଗୋଟେ କଳାକାର କେବେ ମରେ ନାହିଁ ,ନିଜର କଳା ଜରିଆରେ ସେ ସମସ୍ତ ଙ୍କ ହୃଦୟରେ ରହିଥାଏ ,ଯାହା ମିହିର ଙ୍କ ଭାଗ୍ୟରେ ଦେଖିବାକୁ ମିଳୁଛି ।

ତାଙ୍କୁ ଭଲ ପାଇବାର ନିଦର୍ଶନ ସ୍ବରୂପ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଅବସରରେ କଟକ କୁମ୍ଭାର ସାହିର ବାସିନ୍ଦା ତାଙ୍କର ଏକ ପ୍ରତିମୂର୍ତ୍ତି ତିଆରି କରିଛନ୍ତି ।୧୦ଦିନରେ ୧୫ ଜଣ ଶିଳ୍ପୀ ଏହି ମୂର୍ତ୍ତି କୁ ଗଢ଼ିଛନ୍ତି ।ଏହାର ଉଚ୍ଚତା ପ୍ରାୟ ୭ଫୁଟ ରହିଥିବା ବେଳେ ଏହା ଅବିକଳ ମିହିର ଙ୍କ ପ୍ରତିମୂର୍ତ୍ତି ଭଳି ଦେଖାଯାଉଛି ।

Leave a comment
Latest news