ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଭୀମଟାଙ୍ଗି କଲ୍ୟାଣ ମଣ୍ଡପ ପାଖରେ ଚା ଦୋକାନ କରିଥିବା ଋତୁ ସାମଲ ଜଣେ ଚମତ୍କାରୀ ମହିଳା।
ଚା ଦୋକାନ ତାଙ୍କ ପରିଚୟ ନୁହେଁ ବରଂ ଏକ ଆବଶ୍ୟକତା, ନିଜ ଦୁଇ ଝିଅଙ୍କୁ ସମ୍ମାନର ସହ ପଢେଇବା ଆଉ ବଢ଼େଇବା ପାଇଁ । ତାଙ୍କର ଅସଲ ପରିଚୟ ହେଲା ସେ ଖୋଜି ପାଇଥିବା ଆଦର୍ଶ ।
ବୋଧ ହୁଏ ମୃତ୍ୟୁର ଭୟ ଛାଡି ଯାଇଥିବା ଓଡ଼ିଶାର ଏକମାତ୍ର ମହିଳା,ଆଉ ଆପଣ ବି ଜାଣିଥିବେ, ମୃତ୍ୟୁର ଭୟ ଛାଡ଼ିଗଲେ ଆଦର୍ଶ ଆହୁରି ଦୃଢ଼ୀଭୂତ ହୁଏ ।
ମୃତ୍ୟୁର ଭୟ ଓ ଜୀବନର ଲୋଭ ଆଦର୍ଶକୁ ପାଣିଚିଆ କରେ । ଘରୋଇ ଅତ୍ୟାଚାରକୁ ସାମ୍ନା କରି ନପାରି, ଦିନେ ସେ ରେଳ ଲାଇନ୍ କୁ ଆତ୍ମହତ୍ୟା କରିବାକୁ ଯାଇଥିଲେ । ଲୋକ ବଞ୍ଚେଇ ଦେଲେ ଆଉ ସେ ଜୀଇଁବାର ବାଟ ପାଇଗଲେ । ଯୋଉ ସ୍ୱାମୀ ବିନା ସେ ଦୁନିଆର କଳ୍ପନା କରି ପାରୁ ନଥିଲେ, ତାକୁ ହସି ହସି ବିଦାୟ ଦେଲେ । ତେବେ ମୃତ୍ୟୁକୁ ତ ଜୟ କଲେ, କାଚ-ସିନ୍ଦୁରର ଓଜନ ତ ହାଲକା ହୋଇଗଲା, ଏବେ କୋଉ ପରିଚୟ ନେଇ ବଞ୍ଚିବେ???ଯେଉଁ ପ୍ରଶ୍ନ ଆମକୁ ଆନ୍ଦୋଳିତ କରୁଛି, ସେ ପ୍ରଶ୍ନର ଉତ୍ତର ସେ ରେଳ ଧାରଣାରୁ ହିଁ ପାଇଗଲେ । ସେ ତ ରେଳ ଧାରଣାରେ ନିଜର ପରିଚୟ ହରାଉଥିଲେ ।
କିନ୍ତୁ….ପରିଚୟ ପାଉ ନଥିବା ରେଳ ଧାରଣାର ଶବକୁ ସେ ପରିଚୟ ଦେବେ ବୋଲି ପଣ କଲେ । ପୋଲିସ ସେ ଶବ ପାଖକୁ ଯାଏନି । ଖଣ୍ଡ ବିଖଣ୍ଡିତ ଶବକୁ ସେ ଆଦରରେ ଟେକି, ବସ୍ତାରେ ପୁରେଇ ଆଣି ମଶାଣିରେ ଦାହ କରନ୍ତି ଆଉ ମୁଖାଗ୍ନି ଦିଅନ୍ତି । ଏମିତି ସେ ପ୍ରାୟ 5 ହଜାର ଅତୃପ୍ତ ଶବର ଶେଷ ଦ୍ୱାର ପାଲଟି ଯାଇଛନ୍ତି । ଏ ନିଶା ଭିତରେ ପେଟ ଛଟପଟ ହେଲା । ନିଜ ଦୁଇ ଝିଅର ଦାୟିତ୍ୱ ତାଙ୍କୁ ଅଥୟ କଲା। ସେଇଥିପାଇଁ ଏ ଚା ଦୋକାନ । ସମ୍ମାନର ସହ ବଞ୍ଚିବା ପାଇଁ ସେ ବାଛିଥିବା ରାସ୍ତା