କଟକ ମଙ୍ଗୁଳି ଛକ ୧୬ନଂ ଜାତୀୟ ରାଜପଥ ରଶ୍ମି ପେଟ୍ରୋଲ ପମ୍ପ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

କଟକ ମଙ୍ଗୁଳି ଛକ ୧୬ନଂ ଜାତୀୟ ରାଜପଥ ରଶ୍ମି ପେଟ୍ରୋଲ ପମ୍ପ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।ଦୁର୍ଘଟଣାରେ ଜଣେ ଯୁବକର ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି ।
ମୃତକ ଯୁବକକୁ ଟାଙ୍ଗୀ ପୋଲିସ ଉଦ୍ଧାର କରି କଟକ ହସ୍ପିଟାଲ କୁ ବ୍ୟବଚ୍ଛେଦ ପାଇଁ ପଠାଇଥିବାବେଳେ ଆହତ ଦୁଇ ଯୁବକଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି। ବିଳମ୍ବିତ ରାତି ପ୍ରାୟ ୧:୩୦ ରେ ଚୌଦ୍ଵାର ଗୋଡ଼ିପାଟଣା ଯାତ୍ରା ଦେଖି ନିଜ ଘର ପୁରୀ ଅଭିମୁଖେ ଦୁଇଜଣ ଯୁବକ ଅତ୍ୟନ୍ତ ମଦ୍ୟପାନ କରି ଦ୍ରୁତ ଗତିରେ କାର ନେଇ ଯାଉଥିଲେ।ଦ୍ରୁତ ଗତିରେ ଥିବା କାର ଟି ଭାରସାମ୍ୟ ହରାଇ ରାସ୍ତା କଡରେ ଛିଡ଼ାହୋଇଥିବା ଜଣେ ଯୁବକକୁ ଧକ୍କା ଦେବାଦ୍ୱାର ଘଟଣା ସ୍ଥଳରେ ହିଁ ଯୁବକର ପ୍ରଣବାୟୁ ଚାଲିଯାଇଥିଲା।ମୃତ୍ୟୁ ଯୁବକ ଜଣଙ୍କ କଟକ ବଡମ୍ବା ଚମ୍ପାଇଦ୍ୱାର ଅଂଚଳର ବାଦଲ ବେହେରା ।ଯୁବକକୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ କାର ରାସ୍ତା କଡ଼ରେ ଛିଡ଼ାହୋଇଥିବା ଏକ ପେଟ୍ରୋଲ ଟାଂକର କୁ ପଛପଟୁ ଦୃତାଗତିରେ ପିଟିବା ଫଳରେ କାରଟିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଦୁର୍ଘଟଣା ଘଟାଇଥିବା କାରଟିକୁ ଟାଙ୍ଗୀ ପୋଲିସ ନିଜହେପାଜତକ ନେଇ କାରଟିର କାଗଜପତ୍ର ଯାଞ୍ଚ କରିବା ସହ ମାତାଲ ଯୁବକ ଦୁହିଁଙ୍କୁ ପାଚରାଉଚରା କରୁଛି ଟାଙ୍ଗୀ ପୋଲିସ।

Leave a comment
Latest news