କରୋନା କଟକଣା କୁ ଫୁ କରି ଚାଲିଲା, ଚାରି ଦିନ ବ୍ୟାପୀ 51 କୁଣ୍ଡିୟ ଗାୟତ୍ରୀ ଯଜ୍ଞ , ପ୍ରଶାସନ ଚୁପ୍

ତାରିଖ –  06.01.2022 ସ୍ଥାନ – ମୋତିଗାଁ କରୋନା କଟକଣାକୁ ବି ମାନିଲେ ନାହିଁ ଗାୟତ୍ରୀ ପରିବାର l ଆୟୋଜିତ କରିଥିଲେ ଏକାବନ କୁଣ୍ଡିୟ ଗାୟତ୍ରୀ ଯଜ୍ଞ l ରୁଣ୍ଡ ହେଇଥିଲେ ରାଜ୍ଯ ଓ ରାଜ୍ଯ ବାହାରର ଗାୟତ୍ରୀ ପରିଜନ l ଧୁମଧାମରେ ଚାଲିଥିଲା ଦିନରାତି ଯଜ୍ଞ ଓ ପ୍ରବଚନର ଆସର l ହଜାର ହଜାର ସଂଖ୍ୟାରେ ଦର୍ଶକମାନେ ଉପଭୋଗ କରିଥିଲେ ଯାଜ୍ଞିକ କାର୍ଯ୍ୟକ୍ରମ l ସୁଦୂର ଉତ୍ତର ପ୍ରଦେଶ  , ଛତିଶଗଡ଼,  ମଧ୍ଯ ପ୍ରଦେଶ ରୁ ଶହ ଶହ ସଂଖ୍ଯାରେ ମହିଳା ଶିଶୁ ସମେତ ପୁରୁଷ ଭକ୍ତ ଯୋଗ ଦେଇଥିଲେ ଏହି କାର୍ଯ୍ୟକ୍ରମରେ l ସାରା ମୋତିଗାଆଁ  ପରିବେଶ ଉଛୁଳି ପଡୁଥିଲା ଗାୟତ୍ରୀ ମନ୍ତ୍ର ଓ ଭକ୍ତି ସଙ୍ଗୀତରେ ଭରି ପଡୁଥିଲା ଡାକ ବାଜିରେ l

ତେବେ ଦୁଇ ହଜାର ବାଇଶି ଜାନୁଆରୀ ଏକ ଠାରୁ କୋଭିଡ ନିୟମ ପୁଣି ଜାରି ରହିଥିଲା କଠୋର ରୁ କଠୋର,  କୌଣସି ଧର୍ମାନୁଷ୍ଠାନ କିମ୍ବା,  ସଭା ସମିତି ଆୟୋଜନ ସହ ନାଇଟ୍ କର୍ଫ୍ୟୁ ଜାରି ରହିଥିବା ବେଳେ ଗାୟତ୍ରୀ ମନ୍ଦିର ପ୍ରତିଷ୍ଠା ଓ ପ୍ରବେଶ ନାଁରେ ଚାଲିଲା ବେଧଡ଼କ ଯଜ୍ଞ,  ହେଲେ ପ୍ରଶାସନ ପକ୍ଷରୁ ନିଆଗଲା ନି କୌଣସି  ପଦକ୍ଷେପ ଯାହାଦ୍ୱାରା କି ଚାଲିଲା ଯଜ୍ଞ , ପ୍ରବଚନ   ଓ ଜନଗହଳି l ଏମିତି ଜନଗହଳି ଯାହାକି ଆସ୍ଥା ଓ ଧର୍ମ ବିଶ୍ଵାସ ନାଁରେ ଭୂଲି ଯାଇଥିଲେ କରୋନାର ସେହି ବିକଟାଳ ରୂପ ଯାହାକି ଆଜି ଧରା ପୃଷ୍ଠରୁ ବିଦାୟ ନେଇଥିଲେ ଅନେକ ଲୋକ,  କ୍ଷତିଗ୍ରସ୍ତ ହୋଇଛନ୍ତି ଅନେକ ପରିବାର,  କିଏ ହରାଇଛି ମା ତ କିଏ ହରାଇଛି ସ୍ୱାମୀ କୁ ତ କିଏ ହରାଇଛି ପରିବାର ଓ ଆତ୍ମୀୟ ସ୍ଵଜନ କୁ l ତେବେ ଏହି କରୋନାର କାଳ ମୁଖ ରୁ ସରକାର ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ଏକ ସ୍ଵତନ୍ତ୍ର ପଦକ୍ଷେପ ଗ୍ରହଣ କରି ଲାଗୁ କରିଥିଲେ କରୋନା କଟକଣା l ତେବେ ଇତି ପୂର୍ବରୁ ଦଶହରା ପର୍ବ ସମୟରେ ସରକାର ନାଇଟ୍ କର୍ଫ୍ୟୁ ଜାରି ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଲଗାଇଥିଲେ ରୋକ , ଓ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଚନ୍ଦାହାଣ୍ଡି ଥାନା ଅନ୍ତଃସ୍ଥ ତେନ୍ତୁଳିପଡା ଗାଁରେ l ଗାଁରେ ମା ଖଲି ଗଡେନ ପୂଜା ଦିନ ଅନୁଷ୍ଠିତ ହେବାର ଥିଲା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ନାଁରେ ଗୀତିନାଟ୍ୟ l ହେଲେ ଲୋକଙ୍କ ଆଶା ନିରାଶା ହେଇ ଯାଇଥିଲା l  ପହଞ୍ଚିଥିଲେ ପୋଲିସ ଓ ସୁରକ୍ଷା ବଳ ସହ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ତହସିଲଦାର ଚନ୍ଦାହାଣ୍ଡି l ସବୁ ଫସର ଫାଟି ଯାଇଥିଲା ସବୁ ଯୋଜନା, ବନ୍ଦ ହୋଇଯାଇଥିଲା ଗୀତିନାଟ୍ୟ ପରିବେଷଣ l

ହେଲେ ଏ କି ପ୍ରକାର ପ୍ରଶାସନିକ ବ୍ୟବସ୍ଥା,  ମୋତିଗାଁ ରେ ଗାୟତ୍ରୀ ଯଜ୍ଞ ପାଇଁ  ଛାଡ଼ ଓ ତେନ୍ତୁଳିପଡା ପାଇଁ କୋରଡା ମାଡ l ତେବେ ଏ  ଛୁଟ କାହିଁକି ,  ତେବେ ଏଠାରେ ଏକ ପ୍ରଶ୍ନ ଉଠୁଛି ଯେ ଆଇନ୍ କାନୁନ୍ ସବୁବେଳେ ସବୁଠାରେ ସମସ୍ତ ଙ୍କ ପାଇଁ ସମାନ ଲାଗୁ ହେବାକୁ ଥିବା ବେଳେ ଆଜି, ପ୍ରଶାସନ ପକ୍ଷରୁ ଏତେବଡ଼ ଜନଗହଳି ସମାଗମ କାର୍ଯ୍ୟକ୍ରମ କୁ କିଭଳି ନଜର  ଅନ୍ଦାଜ କରିବାରେ ଅବହେଳା କଲା ନା ନଜରରେ ଆଣିଲା ନାହିଁ ଏହା ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନବାଚୀ ସୃଷ୍ଟି କରିଛି l

କାରଣ  ବର୍ତ୍ତମାନ ସାରା ଦେଶ ତଥା ରାଜ୍ୟରେ କରୋନା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଶିକ୍ଷାନୁଷ୍ଠାନ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ କୁ କରୋନା ର ଭୟାବହତା କୁ ଦୃଷ୍ଟିରେ ରଖି ଯେତେବେଳେ ସ୍କୁଲ ବନ୍ଦ କରିପାରୁଛନ୍ତି ତେବେ ଆଜି ଏହି ଭଳି ସମୟରେ ଏକ ଯଜ୍ଞାନୁଷ୍ଠାନ ସହ ତହିଁରେ ସ୍ରୁଷ୍ଟି ହେଉଥିବା ଜନଗହଳି କୁ ବନ୍ଦ କରିବାରେ କି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି l କାରଣ ଆମେ ତ ନିଶ୍ଚିତ ହୋଇ ପାରିବା ନାହିଁ ଯେ ଏ ଜନଗହଳି ପୂର୍ଣ୍ଣ ଯଜ୍ଞାନୁଷ୍ଠାନ ରେ କେହି ବି କରୋନା ସଂକ୍ରମିତ ବ୍ୟକ୍ତି ଚଳପ୍ରଚଳ ଏଥିରେ ହେଉନାହିଁ ବୋଲି l ହେଲେ ଏହା କାହିଁକି ଜରୁରୀ ଯେ ପ୍ରଶାସନ ପକ୍ଷରୁ ଏ ଗାୟତ୍ରୀ ପରିବାର ପକ୍ଷରୁ ଆୟୋଜିତ ଯଜ୍ଞ କୁ କାହିଁକି ବନ୍ଦ କରାଯାଇ ପାରିବ ନାହିଁ l

ତେବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିବା କୌଣସି କରୋନା ସଂକ୍ରମିତ ବ୍ୟକ୍ତି  ଦ୍ଵାରା ଯଦି କରୋନା ବିଚ୍ଛୁରିତ ହୋଇ ତାହା ଦ୍ଵାରା ଅନେକ ବ୍ୟକ୍ତି ଗୋଷ୍ଠୀ ସଂକ୍ରମଣ ର ଶିକାର ହୋଇ ପାରନ୍ତି ତେବେ, ଏହାଦ୍ଵାରା ଆୟୋଜକ କର୍ମକର୍ତ୍ତା କୁ କାହିଁକି ଦାୟୀ କରାନଯିବ ଓ ଏ ସଂକ୍ରମଣ ପାଇଁ ସରକାର ଓ ପ୍ରଶାସନ କାହିଁକି ଦାୟୀ ନ ରହିବେ,  ଏହା ସାଧାରଣରେ ଚର୍ଚ୍ଚା ର ବିଷୟ ପାଲଟିଛି l
Leave a comment
Latest news