କାରଗିଲ ବିଜୟ ଦିବସକୁ ୨୩ ବର୍ଷ । ଦେଶ ପାଇଁ ପ୍ରାଣବଳି ଦେଇଥିବା ଯବାନଙ୍କୁ ଝୁରୁଛି ସାରା ଦେଶ ।

କାହାଣୀ ଭାରତୀୟ ବୀର ଯବାନଙ୍କର । ୨୩ ବର୍ଷରେ ବି ଭାରି ମନେ ପଡେ ବୀର ଯବାନଙ୍କର ସୌର ଗାଥା । ମନେ ପଡେ ପାକିସ୍ତାନର ବିଶ୍ୱାସଘାତକତା । ଆଉ ମନେପଡେ ଲହୁ ଢାଳି , ପ୍ରାଣ ଦେଇ ଶତ୍ରୁ ଠାରୁ ନିଜ ଦେଶକୁ ରକ୍ଷା କରିଥିବା ଅମର ଯବାନଙ୍କର ଦୁଃସାହସର କାହାଣୀ ।

ଆଜି ବି ସେମାନଙ୍କର ବଳିଦାନକୁ ଝୁରୁଛି ସାରା ଦେଶ, ଝୁରୁଛି ପ୍ରତିଟି ପ୍ରାଣ । ଆଜି କାରଗିଲ ବିଜୟ ଦିବସ ଉପଲେକ୍ଷେ ଦେଶ ଜଣାଉଛି ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ।କାରଗିଲ ବିଜୟ ଦିବସର ସ୍ମରଣୀୟ ଦିନକୁ ହୋଇଛି ୨୩ ବର୍ଷ । ମନେ ପଡିଯାଉଛି ସେହି ମହାଯୁଦ୍ଧର ପ୍ରତିଟି ଘଟଣା ।

ଦେଶର ଯବାନ୍ ଶତ୍ରୁକୁ ମାତ୍ ଦେଇ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଥିଲେ । ଦେଶମାତୃକାର ସେବାରେ ବୀରଗତି ପାଇଁ ଯୁଦ୍ଧଭୂମିକୁ ଲମ୍ଫ ଦେଉଥିଲେ ଯବାନ୍ । ସାରା ଦେଶ ଆଜି ବି ସେହି ଯବାନଙ୍କ ବୀରଗାଧାକୁ ମନେପକାଇ ଆଖିରୁ ଲୁହ ଗଡାଉଛି ।

Leave a comment
Latest news