ଚନ୍ଦନ ଯାତ୍ରା ଓ ମାହାଙ୍ଗା ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା, ସାଂସ୍କୃତିକ କାର୍ଯ୍ୟକ୍ରମରେ ମତୁଆଲା ହେଲେ ଦର୍ଶକ

ନିଶ୍ଚିନ୍ତକୋଇଲି : ଆଜି ନିଶ୍ଚିନ୍ତକୋଇଲି ବ୍ଲକ ବ୍ରହ୍ମକ୍ଷେତ୍ର ଜିଗ୍ନିପୁର ର ଶ୍ରୀ ଶ୍ରୀ ବଳଦେବ ଜୀୟୁଙ୍କ ଚନ୍ଦନ ଯାତ୍ରା ଓ ମାହାଙ୍ଗା ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଅନୁଷ୍ଠିତ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକମାନେ ମତୁଆଲା ହୋଇଛନ୍ତି । ବିଭିନ୍ନ ମୀନା ବଜାର ଓ ଭୋରାଇଟ ଖାଦ୍ୟ ଷ୍ଟଲରେ ମହିଳା ମାନଙ୍କର ଭିଡ ଦେଖିବାକୁ ମିଳିଥିଲା । ସନ୍ଧ୍ୟାରେ ବଳଦେବ ଜୀୟୁଙ୍କର ଯଥାବିଧି ପୂଜାର୍ଚ୍ଚନା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନ ମୋହନଙ୍କୁ ଘଂଟ କାହାଳୀ ହରିବୋଲ ହୁଳହୁଳି ଧ୍ୱନୀ ସହ ଏକ ଶୋଭାଯାତ୍ରାରେ ଚନ୍ଦନ ପୋଖରୀକୁ ନିଆଯାଇଥିଲା । ସେଠାରେ ମହାପ୍ରଭୁଙ୍କର ପାରମ୍ପରିକ ରୀତି ନୀତି ଅନୁଯାୟୀ ଚାପ ଖେଳ ହୋଇଥିଲା । ମାହାଙ୍ଗା ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟାରେ ମଂଚରେ ପ୍ରଥମ ପର୍ଯ୍ୟାୟରେ ପାରମ୍ପରିକ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା ।ଏଥିରେ ବଲାଙ୍ଗୀରର ଦୁଲ ଦୁଲ ନୃତ୍ୟ,କଟକ ଲକ୍ଷ୍ୟ ଡ୍ୟାନ୍ସ ଏକାଡେମୀର କଳାକାର ମାନଙ୍କ ଦ୍ୱାରା ନୃତ୍ୟ,ବାଙ୍କି ସିଙ୍ଘମ ଡ୍ୟାନ୍ସ କଳାକାରମାନଙ୍କ ଦ୍ୱାରା ପାରମ୍ପରିକ ନୃତ୍ୟ, କଣ୍ଠଶିଳ୍ପୀ ସୁଜାତା ଓ ଆରିଆଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ କରାଯାଇଥିବା ବେଳେ ସିଜଲର ଡ୍ୟାନ୍ସ ଗୃପ କଳାକାରଙ୍କ ଦ୍ୱାରା ବିଭିନ୍ନ ନୃତ୍ୟ ପ୍ରଦର୍ଶୀତ କରାଯାଇଥିଲା । ଆୟୋଜିତ ସଭାରେ ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଜେନା ସଭାପତିତ୍ୱ କରିଥିଲେ । ଅତିଥିଭାବେ କଟକ ମହାନଗର ନିଗମର ମେୟର ସୁବାଷ ସିଂ, ପୂର୍ବତନ ବିଧାୟକ ତଥା ଚଳଚିତ୍ର ଅଭିନେତା ଆକାଶ ଦାସ ନାୟକ, ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସମ୍ପାଦକ ପ୍ରବୋଧ ରଥ,ସରସ୍ୱତୀ ଗୃପ ଅଫ ଇନଷ୍ଟିଚ୍ୟୁସନର ଅଧ୍ୟକ୍ଷ ଦେବଦତ ସ୍ୱାଇଁ ,ଓଡିଶା ସରକାର ଜାଗା ମିଶନର ଉପଦେଷ୍ଠା ହରିଶଙ୍କର ରାଉତ , ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷାଧିକାରିଣୀ ଲକ୍ଷେହୀରା ଲାବଣ୍ୟବତୀ ବେହେରା ଓ ଉପସ୍ଥାପିକା ପାଏଲ ନାୟକ ଯୋଗ ଦେଇ ଚନ୍ଦନ ଯାତ୍ରା ଓ ମାହାଙ୍ଗା ମହୋତ୍ସବ ସ୍ଥାନୀୟ ଅଂଚଳରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ କମିଟିର କାର୍ଯ୍ୟକାରୀ ସଭାପତି ଅଶୋକ ଓଝା,ଉପଦେଷ୍ଟା ରମାକାନ୍ତ ମହାନ୍ତି, ଉପସଭାପତି ଗିରିଶ ମହାପାତ୍ର ଓ ସମ୍ପାଦକ ଜ୍ଞାନ ରଞ୍ଜନ ରାଉତ,ମ୍ୟାନେଜିଂ ଟ୍ରଷ୍ଟି ଧିରେନ୍ଦ୍ର ନାଥ ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a comment
Latest news