ଜିଲ୍ଲା ସଭାପତି ଏବଂ ବିଧାୟକ ଙ୍କ ଅନୁମୋଦନ କ୍ରମେ ମିଶନ 2024 ନିର୍ବାଚନ ପାଇଁ ପୁନର୍ଗଠନ ହେଲା ବିଜୁ ଜନତା ଦଳ ବ୍ଲକ କମିଟି l
କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ, ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଏବଂ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଙ୍କ ନିର୍ଦେଶ କ୍ରମେ ମିଶନ 2024 ନର୍ବାଚନ ପାଇଁ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ବ୍ଲକ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବେ ଏକ ନୂତନ ତାଲିକା ପୁର୍ନଗଠନ କରାଯାଇଛି l ଏହି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ ନିଶ୍ଚିନ୍ତକୋଇଲି ବିଜେଡି ଦଳ ତରଫରୁ ଶୁକରପଡା ଡ଼ାକବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ବ୍ଲକ ଉପାଧକ୍ଷ ଅଶୋକ କୁମାର ଓଝା, ପ୍ରାକ୍ତନ ଅଧକ୍ଷ ଗିରିଶରଞ୍ଜନ ମହାପାତ୍ର, ଜିଲ୍ଲା ପରିଷଦ ବିପ୍ଳବ କାପ, ବିଜେଡି ନେତା ଜ୍ୟୋତିପ୍ରକାଶ ସ୍ୱାଇଁ, ବିନୋଦ ସାମଲ ଙ୍କ ସମେତ ବହୁ ବିଜେଡି ନେତୃବୃନ୍ଦ ଯୋଗଦାନ କରି ନୂତନ ପୁନର୍ଗଠନ ବ୍ଲକ ବିଜେଡି କର୍ମକର୍ତା ଙ୍କ ନାମକୁ ବିଧିବଦ୍ଧ ଭାବେ ଘୋଷଣା କରିଥିଲେ l ଏହି ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ଜନତା ଦଳ ନୂତନ କମିଟିରେ 277 ଜଣଙ୍କ ନାମ ଘୋଷଣା କରାଯାଇଛି l ସେଥି ମଧ୍ୟରୁ ବ୍ଲକ ସଭାପତି , କାର୍ଯ୍ୟକାରୀ ସଭାପତି, ସମ୍ପାଦକ, ଜୋନ ସଭାପତି, ପର୍ଯ୍ୟବେକ୍ଷକ କମିଟି ରେ ନୂତନ କର୍ମକର୍ତ୍ତା ଙ୍କ ନାମ ଘୋଷଣା ହୋଇଯାଇଛି l ସେହିପରି ଭାବେ ଅବଶିଷ୍ଠ ମେମ୍ବର ମାନଙ୍କୁ ବିଭିନ୍ନ ପଦ ପଦବୀ ଓ ବ୍ଲକ କମିଟି ଉପଦେଷ୍ଟା ମଣ୍ଡଳୀରେ ଅବସ୍ଥାପିତ୍ କରାଯାଇଅଛି। ଆଗକୁ ନିର୍ବାଚନ ରହିଥିବା ହେତୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକରେ ତୃଣମୂଳ ସ୍ତରରେ ବିଜେଡି କୁ ବୃହତ ବିଜୟ କରିବା ପାଇଁ ଏହି ନୂତନ ତାଲିକା ପ୍ରସ୍ତୁତ ହୋଇଛି ବୋଲି ବ୍ଲକ ବିଜେଡି କର୍ମକର୍ତା ମାନେ ପ୍ରକାଶ କରିଥିଲେ l Heading – ଜିଲ୍ଲା ସଭାପତି ଏବଂ ବିଧାୟକ ଙ୍କ ଅନୁମୋଦନ କ୍ରମେ ମିଶନ 2024 ନିର୍ବାଚନ ପାଇଁ ପୁନର୍ଗଠନ ହେଲା ବିଜୁ ଜନତା ଦଳ ବ୍ଲକ କମିଟି l Sub – କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ, ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଏବଂ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଙ୍କ ନିର୍ଦେଶ କ୍ରମେ ମିଶନ 2024 ନର୍ବାଚନ ପାଇଁ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ବ୍ଲକ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବେ ଏକ ନୂତନ ତାଲିକା ପୁର୍ନଗଠନ କରାଯାଇଛି l ଏହି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ ନିଶ୍ଚିନ୍ତକୋଇଲି ବିଜେଡି ଦଳ ତରଫରୁ ଶୁକରପଡା ଡ଼ାକବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ବ୍ଲକ ଉପାଧକ୍ଷ ଅଶୋକ କୁମାର ଓଝା, ପ୍ରାକ୍ତନ ଅଧକ୍ଷ ଗିରିଶରଞ୍ଜନ ମହାପାତ୍ର, ଜିଲ୍ଲା ପରିଷଦ ବିପ୍ଳବ କାପ, ବିଜେଡି ନେତା ଜ୍ୟୋତିପ୍ରକାଶ ସ୍ୱାଇଁ, ବିନୋଦ ସାମଲ ଙ୍କ ସମେତ ବହୁ ବିଜେଡି ନେତୃବୃନ୍ଦ ଯୋଗଦାନ କରି ନୂତନ ପୁନର୍ଗଠନ ବ୍ଲକ ବିଜେଡି କର୍ମକର୍ତା ଙ୍କ ନାମକୁ ବିଧିବଦ୍ଧ ଭାବେ ଘୋଷଣା କରିଥିଲେ l ଏହି ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ଜନତା ଦଳ ନୂତନ କମିଟିରେ 277 ଜଣଙ୍କ ନାମ ଘୋଷଣା କରାଯାଇଛି l ସେଥି ମଧ୍ୟରୁ ବ୍ଲକ ସଭାପତି , କାର୍ଯ୍ୟକାରୀ ସଭାପତି, ସମ୍ପାଦକ, ଜୋନ ସଭାପତି, ପର୍ଯ୍ୟବେକ୍ଷକ କମିଟି ରେ ନୂତନ କର୍ମକର୍ତ୍ତା ଙ୍କ ନାମ ଘୋଷଣା ହୋଇଯାଇଛି l ସେହିପରି ଭାବେ ଅବଶିଷ୍ଠ ମେମ୍ବର ମାନଙ୍କୁ ବିଭିନ୍ନ ପଦ ପଦବୀ ଓ ବ୍ଲକ କମିଟି ଉପଦେଷ୍ଟା ମଣ୍ଡଳୀରେ ଅବସ୍ଥାପିତ୍ କରାଯାଇଅଛି। ଆଗକୁ ନିର୍ବାଚନ ରହିଥିବା ହେତୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକରେ ତୃଣମୂଳ ସ୍ତରରେ ବିଜେଡି କୁ ବୃହତ ବିଜୟ କରିବା ପାଇଁ ଏହି ନୂତନ ତାଲିକା ପ୍ରସ୍ତୁତ ହୋଇଛି ବୋଲି ବ୍ଲକ ବିଜେଡି କର୍ମକର୍ତା ମାନେ ପ୍ରକାଶ କରିଥିଲେ l ନିଶ୍ଚିତକୋଇଲି ରୁ ନିର୍ମଳ ପଢ଼ିଆରୀ ଙ୍କ ରିପୋର୍ଟ