ଟାଟା ପାୱାର କର୍ମଚାରୀ ଙ୍କ ମନମାନୀ, ମିଟର ୟୁନିଟ ଓ ବିଲ ମଧ୍ୟରେ ବ୍ୟାପକ ଫରକକୁ ନେଇ ହଟହଟା ହେଲେ ଭିଜିଲାନ୍ସ ଟିମ୍

ଠିକା ସଂସ୍ଥା ଟାଟା ପାୱାର ଉପଭୋକ୍ତା ମାନଙ୍କୁ ମିଥ୍ୟା ବିଲ୍ ଓ ଅଧିକ ୟୁନିଟ୍ ଚଢ଼ାଇ ଅର୍ଥ ଲୁଟ କରିବା ଆଜିର ଦିନରେ ନିତିଦିନିଆ ଘଟଣା ରେ ପରିଣତ ହେଲାଣି ଏପରିକି ବିଦ୍ୟୁତ ସଂଯୋଗ ହୋଇନଥିବା ଏବଂ ମିଟର ଲାଗି ନଥିବା ଉପଭୋକ୍ତାଙ୍କ ନାଆରେ ଆସୁଛି ହଜାର ହଜାର ଟଙ୍କାର ବିଲ ବିଲ ପୈଠ ନକଲେ ମିଳୁଛି ଧମକ ଏହି ମିଥ୍ୟା ବିଲ୍ ସଂଶୋଧନ କରାଯିବାର ପ୍ରତିଶ୍ରୁତି ଦେଇ ଆଦାୟ କରାଯାଉଛି ପାର୍ଟ ପେମେଣ୍ଟ ହେଲେ ବିଲ ପେମେଣ୍ଟ କରିବାର ଦୁଇ ମାସ ପରେ ମୂଳ ବିଲରୁ ପେମେଣ୍ଟ ହୋଇଥିବା ଟଙ୍କା କଟୁ ନଥିବା ଉପଭୋକ୍ତା ମାନଙ୍କୁ ସଂପ୍ରତି ଅଡ଼ୁଆ ରେ ପକାଇଛି ଗତ ମାର୍ଚ୍ଚ ମାସରେ ଟାର୍ଗେଟ ଆଳରେ ପୁରୁଣା ବିଲ ସଂଶୋଧନ ହୋଇଯିବାର ପ୍ରତିଶ୍ରୁତି ଦେଇ ଉପଭୋକ୍ତା ମାନଙ୍କ ଠାରୁ ଯେଉଁ ବିଲ ଆଦାୟ କରିଥିଲେ ତାହା ଆଜିଯାଏଁ ପେଣ୍ଟିଂ ହୋଇ ପଡ଼ିରହିଛି ଅନ୍ୟପଟେ ବିଦ୍ୟୁତ ସେବା ଯୋଗାଇ ଦେବାର ମଧ୍ୟ ଏହି ସ‍ଂସ୍ଥା ସମ୍ପୂର୍ଣ୍ଣ ବିଫଳ ହୋଇଛି ଯାହାକୁ ନେଇ ଦିନକୁ ଦିନ ତିବ୍ର ଅସନ୍ତୋଷ ଦେଖାଦେଇଛି

ଏହି ସଂସ୍ଥା ଠିକା ନେବା ପୂର୍ବରୁ ସେବା ଯାହା ଥିଲା ତାହା ମଧ୍ୟ ମିଳୁନି ପରନ୍ତୁ ଗ୍ରୀଷ୍ମ ଋତୁରେ ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ ର ଶିକାର ହେବାକୁ ପଡୁଛି କୈାଣସି କାରଣ ନଥାଇ ଅନେକ ସମୟରେ ଘଣ୍ଟା ଘଣ୍ଟା ଧରି ଏହି ବିଦ୍ୟୁତ କାଟ କରାଯାଉଛି ଏବଂ ଫୋନ କଲେ ମିଳୁଛି ମିଥ୍ୟା ଉତ୍ତର ବିଦ୍ୟୁତ ବିଲ ବିଭ୍ରାଟକୁ ନେଇ ତିହିଡି ବ୍ଲକ ନନ୍ଦପୁର ବଜାରରେ ବିଭାଗୀୟ ଅଧିକାରୀ ଙ୍କୁ ହଟହଟା ହେବାକୁ ପଡିଛି ଉପଭୋକ୍ତା ଓ ଭିଜିଲାନ୍ସ ଟିମ୍ ମଧ୍ୟରେ କଥା କଟାକଟି ହେବା ସହିତ ତିନି ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଅଟକ ରହିବା ସାଧାରଣ ରେ ଚର୍ଚ୍ଚାର ବିଷୟ ସାଜିଛି ଘଟଣାରୁ ପ୍ରକାଶ ଯେ ନନ୍ଦପୁର ବଜାରରେ ତାପସ ସାହୁ ନାମକ ଜଣେ ଘରୋଇ ବିଦ୍ୟୁତ୍ ଉପଭୋକ୍ତା ଦୁଇ ମାସ ତଳେ ନୂଆ ମିଟର ଲଗାଇଥିଲେ ମିଟର ରିଡିଂ କରୁଥିବା ବ୍ୟକ୍ତି ଜଣକ ମିଟରରେ ଦେଖାଯାଉଥିବା ୟୁନିଟ୍ ବାଦ୍ ଦେଇ ଅଧିକ ୟୁନିଟ୍ ର ବିଲ୍ ପ୍ରଦାନ କରିଥିଲେ

ତାଙ୍କ ମିଟରରେ 129 ୟୁନିଟ୍ ହୋଇଥିବା ବେଳେ ସଂପୃକ୍ତ ମିଟର ରିଡର ତାଙ୍କୁ 264 ୟୁନିଟ୍ ର ବିଲ୍ ପ୍ରଦାନ କରିଥିଲେ ଏ ସଂକ୍ରାନ୍ତରେ ଉପଭୋକ୍ତା ତାଙ୍କୁ ପଚାରିବାରୁ ସେ ଯୁକ୍ତିତର୍କ କରିବା ସହ ୟୁନିଟ୍ ଓ ମିଟର ବାବଦରେ ତମର କୈାଣସି ଜ୍ଞାନ ନଥିବା କହି କଥାକୁ ଏଡେଇ ଦେଇଥିଲେ ଇତିପୂର୍ବରୁ ମିଟର ରିଡର ଜଣକ କମ୍ ୟୁନିଟ୍ ରିଡିଂ କରିବା ପାଇଁ ଉପଭୋକ୍ତା ଙ୍କୁ ହଜାର ଟଙ୍କା ର ଲାଞ୍ଚ ମାଗିଥିଲେ ଉପଭୋକ୍ତା ଜଣକ ନଦବାରୁ ଜାଣିଶୁଣି ଏପରି ମନମାନି କରିଥିବା କୁହାଯାଉଛି ଉକ୍ତ ରିଡିଂର ଏକ ସପ୍ତାହ ପରେ ହଠାତ୍ ଭିଜିଲାନ୍ସ ଟିମ୍ ସଂପୃକ୍ତ ଉପଭୋକ୍ତା ଙ୍କ ଘରେ ପହଞ୍ଚି ନାନାଦି ଚେକି‍ଂ କରିଥିଲେ ଏହି ସମୟରେ ଉପଭୋକ୍ତା ଭିଜିଲାନ୍ସ ଟିମର ସଦସ୍ୟଙ୍କୁ ତାଙ୍କର ମିଟର ରିଡିଂ ଓ ବିଲ ସଂମ୍ପର୍କରେ ସୂଚନା ଦେବା ସହିତ କେଉଁଟା ଠିକ୍ ବୋଲି ପ୍ରଶ୍ନ କରିଥିଲେ ମାତ୍ର ଭିଜିଲାନ୍ସ ଟିମ୍ ଏହାର ସନ୍ତୋଷ ଜନକ ଉତ୍ତର କରିନପାରି ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିଲେ ମାତ୍ର ଉପଭୋକ୍ତା ଜଣକ ନଛୋଟବନ୍ଧ ହୋଇଥିଲେ ବ୍ୟତିକ୍ରମ କରିଥିବା ମିଟର ରିଡର ଙ୍କୁ ସେଠାକୁ ଡାକିବାକୁ କହିଥିଲେ ହେଲେ ଏହି ଭିଜିଲାନ୍ସ ଟିମ୍ ତିନି ଘଣ୍ଟା କାଳ ହେଟାଗୁଡି ପଡିବା ପରେ ବିଭାଗୀୟ ଏସଡିଓ ଓ କନିଷ୍ଠ ଯନ୍ତ୍ରୀ ପହଞ୍ଚି ଉପଭୋକ୍ତା ଙ୍କୁ ବୁଝାସୁଝା କରିଥିଲେ ବ୍ୟତିକ୍ରମ ହୋଇଥିବା ବିଲ୍ ସଂଶୋଧନ କରାଯିବ ବୋଲି କହିଥିଲେ ମାତ୍ର ଉପଭୋକ୍ତା ଜଣକ ସଂପୃକ୍ତ ମିଟର ରିଡର ଙ୍କୁ ଚାକିରୀରୁ ବହିଷ୍କାର କରିବା ଦାବି କରିଥିଲେ

ଏହା ଉପରେ ନିଷ୍ପତ୍ତି ନିଆଯିବ ବୋଲି ବିଭାଗୀୟ ଅଧିକାରୀ ମାନେ କହିଥିଲେ ମଧ୍ୟ କୈାଣସି ଲିଖିତ ପ୍ରତିଶ୍ରୁତି ଦେଇ ନଥିଲେ ସେହିଦିନ ରାତିରେ ଝଡତୋଫାନ ଯୋଗୁଁ ବିଦ୍ୟୁତ ସେବା ବନ୍ଦ ରହିଥିଲା ଏହାର ସୁଯୋଗ ନେଇ ତାଙ୍କର ମିଟର ବକ୍ସରୁ କେହି ଦୁବୁର୍ତ୍ତ ସିଲ କାଟି ନେଇଥିଲେ ସେ ଦେଖିବାକୁ ପାଇବା ପରେ ବିଭାଗୀୟ ଅଧିକାରୀ ଏବଂ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସଂପୃକ୍ତ ମିଟର ରିଡର ନିଜ ଚାକିରି ବଞ୍ଚାଇବା ପାଇଁ ଏପରି କାରନାମା କରିଥିଲେ ସେ ସନ୍ଦେହ କରିଛନ୍ତି ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି ଏହି ହଟହଟା ଘଟଣାଟି ସଂପ୍ରତି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାକୁ ଲାଗିଛି l
Leave a comment
Latest news