ତିର୍ତୋଲ ମଣିଚରଣ ସାରଳା ଏକାଡେମୀରେ ଅହିଂସା ରଥକୁ ସ୍ୱାଗତ
ଦେଶ ସାରା ବୁଲୁଛି ଅହିଂସା ରଥ ! ବିଭିନ୍ନ ମହଲରୁ ମିଳୁଛି ନିରପେକ୍ଷ ସମର୍ଥନ ! ଶହ ଶହ ମହିଳାଙ୍କ ସମେତ ଆବାଳ ବୃଦ୍ଧ ବନିତା ସ୍ୱାଗତମ ଜଣାଉଛନ୍ତି ଏହି ରଥକୁ ! ବ୍ଲକ ପ୍ରଶାସନ, ପୋଲିସ ପ୍ରଶାସନ, ଶିକ୍ଷା ବିଭାଗ, ରାଜନୈତିକ ଲୋକ ପ୍ରତିନିଧି ସମସ୍ତେ ଅହିଂସା ରଥର ସାରଥୀ !
କିଏ ଫୁଙ୍କିଲା ଏ ମନ୍ତ୍ର ? କାହା ପାଇଁ ସବୁ ମାୟାରେ ବାୟା ?? କଣ ରହିଛି ଦେଶ ପାଇଁ ବାର୍ତ୍ତା ??? ବାସ୍ତବରେ କଣ ଏହି ରଥଯାତ୍ରା ରୋକି ପାରିବ ଦେଶର ହିଂସାତ୍ମକ କାର୍ଯ୍ୟାବଳୀଙ୍କୁ ?
ଇଏ ସେଇ ଦୃଶ୍ୟ ଯୋଉଥିରେ ଦେଖି ପାରୁଛନ୍ତି ଅହିଂସା ରଥର ସ୍ୱାଗତ ସମାରୋହ ! ଏହି ସମାରୋହ ମାହୋଲ ଟି ଜଗତସିଂହପୁର ଜିଲ୍ଲାର ତିର୍ତୋଲ ବ୍ଲକ ଉପକଣ୍ଠ ମଣିଚରଣ ସାରଳା ଏକାଡେମୀ ପରିସରରେ ଆୟୋଜିତ କରାଯାଇଛି ! ଏହି ଅହିଂସା ରଥଯାତ୍ରାର ସମାରୋହରେ ମୁଖ୍ୟାଂସରେ ରହିଛନ୍ତି ତିର୍ତୋଲ ବିଡିଓ ଅଟଳ ବିହାରୀ ସ୍ୱାଇଁ, ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ତିର୍ତୋଲ ନିର୍ବାଚନ ମଣ୍ଡଳୀର ଦକ୍ଷ ଯୁବ ଏମ୍. ଏଲ. ଏ ବିଜୟ ଶଙ୍କର ଦାସ ଏବଂ ବହୁ ପଦବୀଧାରୀ ନିର୍ବାଚିତ ପ୍ରତିନିଧି !
ସମାଜକୁ ଦେଉଛନ୍ତି ଅହିଂସା ବାର୍ତ୍ତା !ଅପର ପକ୍ଷେ ପଞ୍ଚାୟତ ଦୁର୍ନୀତି ଠାରୁ, ବ୍ଲକ ଦୁର୍ନୀତି ସୀମାପାର ହେଇଗଲାଣି ! ତହସିଲ କଥା କହୁଥିଲେ ବି ସରିବନି ! ପୈସା ଫେଙ୍କୋ ତାମସା ଦେଖୋ ନୀତିରେ ଚାଲିଛି କାର୍ଯ୍ୟାଳୟ କାରସାଦି !କାହାରି ନିଘା ନାହିଁ ସେସବୁକୁ ! ଯୋଗ୍ୟ ହିତାଧିକାରୀ ପାଉନି ପ୍ରାପ୍ୟ ! କୋଟିପତିଙ୍କ ନାମରେ ରାସନ କାର୍ଡ ! ବହୁ କୁଟୁମ୍ବି କାର୍ଡ ଧାରୀ ଡିଲର ଠାରୁ ବୋହି ନେଇ ଯାଉଛନ୍ତି ବସ୍ତା ବସ୍ତା ଚାଉଳ ଓ ଗହମ ! ଦୀନ ମଜୁରିଆ ଘରେ ମେମ୍ବର ଥାଇବି କାର୍ଡ ଭୁକ୍ତ ହୋଇପାରେନି ! ଅହିଂସା ରଥ କଣ ଏସବୁ ସମାଧାନ କରିପାରିବ? ଦେଖି ବାକୁ ରହିଲା ଅହିଂସା ରଥର ପ୍ରଭାବରେ କେତେ ମାତ୍ରାରେ ହିଂସା ଦମନ ହେଉଛି