ଦୀର୍ଘ ଦିନ ବିତିଗଲା ଏବେ ବି ଥୁଆମୂଳ ରାମପୁର ବ୍ଳକ ଅବହେଳିତ ଅବସ୍ଥାରେ
ଥୁଆମୂଳ ରାମପୁର :-କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଏକ ଦୁର୍ଗମ ଅଧ୍ଯୁଷିତ ପାହାଡ ପର୍ବତ ଘରେ ଅଞ୍ଚଳ ଭାବରେ ପରିଚିତ। ଏହି ବ୍ଳକର ବିକାଶ ନେଇ ସରକାରଙ୍କ ତରଫରୁ ଅନେକ ଯୋଜନା ନାମରେ କୋଟିକୋଟି ଟଙ୍କା ବ୍ଯୟବରାଦ କରାଯାଇଛି। ସେଅନୁପାତରେ ଅଞ୍ଚଳର ବିକାଶ ଏଯାବତ ହୋଇପାରିଲା ନାହିଁ, ଏଠିକାର ଅନେକ ସ୍ଥାନରେ ଗମନାଗମନ ଶିକ୍ଷା ସ୍ବାସ୍ଥ୍ୟ କୃଷି ଦର୍ଶନୀୟ ସ୍ଥାନ ଭଳି ଅନେକ ସମସ୍ୟା ଦେଇ ଗତିକରୁଅଛି ବିକାଶ ଅନେକ ଗାଁକୁ ରାସ୍ତାଘାଟର ହୋଇପାରିଲା ନାହିଁ। ଲୋକେ ମୂଖ୍ଯାଳୟକୁ ଯିବାପାଇଁ ଭଲ ରାସ୍ତା ଖଣ୍ତେ ପାଇପାରୁନାହାଁନ୍ତି। ଅନେକ କଷ୍ଟକରି ପାହାଡ ପର୍ବତ ଅତିକ୍ରମ କରିଯିବାକୁ ପଡୁଛି। ମୂଖ୍ଯାଳୟ ଠାରୁ ଅନେକ ଗ୍ରାମକୁ ରାସ୍ତା ସଂଯୋଗ ହୋଇପାରିଲା ନାହିଁ। ସେହି ଭଳି ଅନେକ ସମସ୍ୟା ଦେଇ ଗତି କରୁଛନ୍ତି ଲୋକେ।
ରୋଗୀକୁ ଖଟିଆରେ ବୋହିବା ଘଟଣା ଠାରୁ ଗ୍ରାମପଞ୍ଚାୟତ ଠାରୁ ଚାଉଳ ନେବା ସେମାନଙ୍କ ପାଇଁ ମୁଣ୍ତବ୍ଯଥାର ବିଷୟ ହୋଇଛି। ଥୁଆମୂଳ ରାମପୁର ବ୍ଳକର ସ୍ଥାନୀୟ ଗ୍ରାମପଞ୍ଚାୟତର ତୁମୁଣିଖୋଲ ବାଇଗଣଗୁଡା ସମତ୍ ଅନେକ ଗ୍ରାମପଞ୍ଚାୟତର ଗ୍ରାମଗୁଡିକରେ ରାସ୍ତାଘାଟର ସୁବିଧା ନଥିବାରୁ ଲୋକେ ଅସୁବିଧାରେ ଚଳପ୍ରଚଳ ହେଉଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ପ୍ରତ୍ୟେକ ଗ୍ରାମପଞ୍ଚାୟତ ଠାରୁ ଗ୍ରାମକୁ ରାସ୍ତାଘାଟ ସଂଯୋଗ କରାଯିବ। ହେଲେ ଏହି ବ୍ଳକରେ ଅଜିତକୁ ଅନେକ ବର୍ଷ ବିତିଯାଇଛି ରାସ୍ତା ଘାଟର ଅଭାବ ରହିଯାଇଛି।
ଏଭଳି ଅନେକ ସମସ୍ଯାରେ ଜର୍ଜରିତ ଏହି ବ୍ଳକ। ଆଉ କେତେ ଦିନ ଲୋକେ ଅପେକ୍ଷା କରିବେ ସେନେଇ ବିଭିନ୍ନ ମହଲରେ କ୍ଷୋଭ ଜାତ ହେଉଅଛି। ସ୍ଥାନୀୟ ରାଜନୈତିକ ଦଳର ଇଛାଶକ୍ତି ଓ ନିର୍ବାଚିତ ପ୍ରତିନିଧିଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି। ରାଜନୈତିକ ଦଳର ପ୍ରତିସ୍ମୃତି ପ୍ରହସନ ପାଲଟିଛି। ଗରିବ ଜନତାଙ୍କ ସରଳତା ସୁଯୋଗରେ କେତେକ ମୁଷ୍ଟିମେୟ ଲୋକେ ସରକାରୀ ଯୋଜନାକୁ ବାଟବଣା କରୁଛନ୍ତି। ଗରିବ ଯୋଜନା ଯୋଜନ ଯୋଜନ ଦୂରକୁ ଚାଲିଯାଉଛି। ସ୍ବାଧୀନତା ଦୀର୍ଘ ବର୍ଷ ପରେ ମଧ୍ୟ ଲୋକେ ନାହିଁ ନଥିବା ଅସୁବିଧାରେ ଅନେକ ଦୁର୍ଗମ ଅଞ୍ଚଳ ଲୋକେ ଜୀବନ ଯାପନ କରୁଛନ୍ତି। ଅନେକ ସ୍ଥାନରେ ଆଜିଯାଏ ଲୋକଙ୍କ ଗମନାଗମନ କ୍ଷେତ୍ରରେ ଅନେକ ନଦୀନାଳ ବାଧକ ସାଜୁଛି ହେଲେ ସେହି ସ୍ଥାନରେ ପୋଲ ତିଆରି ହୋଇପାରିଲା ନାହିଁ। ଏହାକୁ ଦୃଷ୍ଟିରେ ରଖି ବିଭାଗୀୟ ଅଧିକାରୀ ଓ ରାଜନୈତିକ ଦଳ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଅଛି।