ନରେଗା ଶ୍ରମିକଙ୍କ ଵିଶାଳ କନଭେନସନ, ଵଜେଟ ହ୍ରାସ ନେଇ ଅସନ୍ତୋସ, ୧୩ମାର୍ଚ୍ଚ ନରେଗା ଶ୍ରମିକଙ୍କ ରାଜ୍ଯସ୍ତରୀୟ ଵିକ୍ଷୋଭ ଆହୁତ l
ନିଶ୍ଚିନ୍ତକୋଇଲି: ଶନିବାର ଦିନ ନିଶ୍ଚିନ୍ତକୋଇଲି ଵ୍ଲକର ଵିଭିନ୍ନ ଗ୍ରାମ ପଞ୍ଚାୟତରୁ ଶହ ଶହ ନରେଗା ଶ୍ରମିକ କଟିକଟାଠାରେ ସମଵେତ ହୋଇ କେନ୍ଦ୍ର ସରକାର କ୍ରମାଗତ ଭାବେ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଏକ ତୃତୀୟାଂଶ ଵ୍ଯୟ ମଞ୍ଜୁରୀ ହ୍ରାସ କରିଥିଵାରୁ ଗଭୀର ଉଦଵେଗ ପ୍ରକାଶ କରିଥିଲେ l ସେଖ୍ ଆମଜାଦ ଅଲିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଵିଶାଳ କନଭେନସନକୁ ଏଆଇଟିୟୁସି ରାଜ୍ଯ ସାଧାରଣ ସମ୍ପାଦକ ଵିଜୟ ଜେନା ଉଦଘାଟନ କରିବା ସହିତ ଦେଶର ଗ୍ରାମାଞ୍ଚଳ ଶ୍ରମିକଙ୍କୁ ନିଶ୍ଚିତ କର୍ମ ନିଯୁକ୍ତି ପାଇଁ ଥିଵା ଆଇନକୁ ଅକାମୀ କରିଵା ପାଇଁ କେନ୍ଦ୍ର ସରକାରଙ୍କ ଷଡ଼ଯନ୍ତ୍ର ଗୁମର ଖୋଲିଯାଇଛି ଏବଂ ଏହାକୁ ମୁକାଵିଲା ପାଇଁ ଦେଶ ଵ୍ଯାପୀ ଏନ୍ଆରଇଜିଏ ଜଵକାର୍ଡ଼ଧାରୀ ଶ୍ରମିକ ସଂଘଵଦ୍ଧ ହୋଇ ମୁକାଵିଲା କରିଵାକୁ ଆହ୍ଵାନ ଦେଇଥିଲେ। ଏହି କନଭେନସନରେ ନିଖିଳ ଓଡିଶା ଏନ୍ଆରଇଜିଏ ଶ୍ରମିକ ସଂଘ ରାଜ୍ଯ ସଭାପତି ଜୟନ୍ତ ଦାସ ଯୋଗ ଦେଇ ନରେଗା ଶ୍ରମିକଙ୍କୁ ଵାର୍ଷିକ ୨୫୦ଦିନ ନିଶ୍ଚିତ କର୍ମ ନିଯୁକ୍ତି, ଏମାନଙ୍କ ଦୈନିକ ସର୍ଵନିମ୍ନ ମଜୁରୀ ୭ଶହ ଟଙ୍କା ଧାର୍ଯ୍ଯ କରିଵା, ନରେଗା ଶ୍ରମିକଙ୍କ ସାମାଜିକ ନିରାପତ୍ତା ପ୍ରଦାନ ପାଇଁ ନରେଗା ଶ୍ରମିକ କଲ୍ଯାଣ ଵୋର୍ଡ଼ ଗଠନ କରି ଏହି ଶ୍ରମିକଙ୍କ ଚିକିତ୍ସା, ନରେଗା ଶ୍ରମିକ ପରିଵାର ଛାତ୍ର ଵୃତ୍ତି, ଝିଅ ଵିଵାହ ସହାୟତା, ଗୃହ ନିର୍ମାଣ ସହାୟତା, ୬୦ଵର୍ଷ ହେଲେ ମାସିକ ପେନସନ, ନରେଗା ଶ୍ରମିକ ମୃତ୍ଯୁ ହେଲେ ତାଙ୍କ ପରିଵାରକୁ ଅନ୍ଯୁନ ୫ଲକ୍ଷ ଟଙ୍କା ସହାୟତା ପ୍ରଦାନ ଇତ୍ଯାଦି ଦାଵିରେ ୧୩ମାର୍ଚ୍ଚ ଦେଶଵ୍ଯାପୀ ରାଜ୍ଯସ୍ତରୀୟ ଵିକ୍ଷାଭ ପ୍ରଦର୍ଶନ ସହ ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମହାମହିମ ଜ୍ଯପାଳ ଓ ମୁଖ୍ଯମନ୍ତ୍ରୀଙ୍କୁ ଦାବି ପତ୍ର ଉପସ୍ଥାପନ କରାଯିଵ ଓ ଏଥିରେ ସମଗ୍ର ରାଜ୍ଯର ପ୍ରତ୍ଯେକ ଵ୍ଲକ ଅଞ୍ଚଳରୁ ନରେଗା ଶ୍ରମିକମାନେ ସାମିଲ ହେଵାକୁ ଆହ୍ଵାନ ଦେଇଥିଲ। ଅନ୍ଯମାନଙ୍କ ମଧ୍ଯରେ ସଂଘର କଟକ ଜିଲ୍ଲା ଆଵାହକ ହରିହର ମହାନ୍ତି, ପଞ୍ଚାୟତ ସମିତି ସଦସ୍ଯ ଦିଲ୍ଲୀପ କାଣ୍ଡି ଏଵଂ ହୃଷିକେଶ ପଣ୍ଡା ପ୍ରମୁଖ ନରେଗା ଶ୍ରମିକଙ୍କ ହକ ପାଇଁ ୧୩ମାର୍ଚ୍ଚ ରାଜ୍ଯସ୍ତରୀୟ ଆନ୍ଦୋଳନର ସଫଳତା ପାଇଁ ଆହ୍ଵାନ ଦେଇଥିଲେ। ସେଖ୍ ଆମଜାଦ ଅଲିଙ୍କୁ ନିଶ୍ଚିନ୍ତକୋଇଲି ଵ୍ଲକ ଆଵାହକ ଓ ପ୍ରତି ଗ୍ରାପ ରୁ ୨ଜଣ ଲେଖାଏଁ ସଭ୍ଯଙ୍କୁ ନେଇ
ସଂଘର ଵ୍ଲକ କମିଟି ଗଠିତ ହୋଇଅଛି। ତେବେ ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ସଂଘ ପକ୍ଷରୁ କଡ୍ଡା ଚେତାବନୀ ଦିଆଯାଇଛି l