ନିଶ୍ଚିନ୍ତକୋଇଲି :କଟକ କେନ୍ଦ୍ର ସମବାୟ ବ୍ୟାଙ୍କ
ନିଶ୍ଚିନ୍ତକୋଇଲି :କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ନିଶ୍ଚିନ୍ତକୋଇଲି ଶାଖା ଅଧିନରେ ଥିବା ଉତ୍ତରକୂଳ ପ୍ରାଥମିକ କୃଷି ସମବାୟ ସମିତି ଆନୁକୂଲ୍ୟରେ ଚଳିତ ବର୍ଷର ଧାନ ମଣ୍ଡିତ ଉଦଘାଟିତ ହୋଇଛି । ସମିତିର ଭାରପ୍ରାପ୍ତ ସମ୍ପାଦକ ଅଭିନସ ରାଉତଙ୍କ ପୌରହିତ୍ୟରେ ଏଥିରେ ସମିତିର ସଭାପତି ମନୋଜ କୁମାର ମହାନ୍ତି ଯୋଗ ଦେଇ ମଣ୍ଡିର ଶୁଭାରମ୍ଭ କରିଥିବା ବେଳେ ଉପସ୍ଥିତ ଚାଷୀମାନଙ୍କୁ ଧାନ କିଣା ସମୟରେ ସରକାରଙ୍କ ନୀତିନିୟମକୁ ମାନିବା ପାଇଁ ପରାମର୍ଶ ଦେଇଥିଲେ ।
ଏଥିରେ ରେ ରମେଶ ଚନ୍ଦ୍ର ସ୍ୱାଇଁ, ଦୁର୍ଗା ପ୍ରସାଦ ଦାସ, ଶୁଶାନ୍ତ କୁମାର ବାରିକ, ଜମ୍ବେଶ୍ୱର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଆରଏମସି ପକ୍ଷରୁ ମାନ ନିର୍ଦ୍ଧାରକ ବ୍ରଜମୋହନ ପଣ୍ଡା ଚାଷୀମାନଙ୍କର ଧାନର ମାନ ତଦାରଖ କରିବା ପରେ ପ୍ରଥମ ଦିନରେ ୧୪ଜଣ ଚାଷୀଙ୍କ ଠାରୁ ୩୪୬.୯୨ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଥିଲା ।