ପଣ୍ଡୁଆରେ ଶାରଦୀୟ ଦୁର୍ଗାପୂଜା,
ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ମୁଖ୍ୟ ଅତିଥି
ଦଶହରା ପର୍ବ ଏକ ଗଣପର୍ବ, ଏହି ପର୍ବରେ ମା’ ଦୁର୍ଗାଙ୍କର ମୃଣ୍ମୟ ମୂର୍ତ୍ତୀ କରାଯାଇ ପାଞ୍ଚ ଦିନ ବ୍ୟାପି ବିଭିନ୍ନ ରୀତିକାନ୍ତିରେ ପୂଜାର୍ଚନା କରାଯାଇଥାଏ ! ଏହି ଦିନ ମାନଙ୍କରେ ସନ୍ଧ୍ୟା ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ୱାରା ଭକ୍ତ ମାନଙ୍କ ମନୋରଞ୍ଜନ କରାଯାଇଥାଏ ! ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଣ୍ଡୁଆ ପଞ୍ଚାୟତ ତଥା ଗ୍ରାମରେ ମା’ ଦୁର୍ଗାଙ୍କର ପୂଜାର୍ଚନା ଚାଲିଥିବା ବେଳେ ଆଜିର ସନ୍ଧ୍ୟା ଏକ ସ୍ମରଣୀୟ ସନ୍ଧ୍ୟା ରୂପେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ! ଆଜିର ଅତିଥି ଥିଲେ ବ୍ୟାସ ଫାଉଣ୍ଡେସନ ରା ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ପଣ୍ଡିତ ସିଦ୍ଧେଶ୍ୱର ପଣ୍ଡା, ଯୋଗଦେଇ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି, କିଷ୍ଣା ମିଡ଼ିଆ ପ୍ରଯୋଜକ ତଥା ଉଦୀୟମାନ ଯୁବ ପ୍ରବଚକ ନିହାର ରଞ୍ଜନ ମହାନ୍ତିଙ୍କ ପ୍ରବଚନ ସଭାର ଉଦଘାଟନ କରିଥିଲେ ! ଅନ୍ୟ ମାନଙ୍କ ମଧ୍ୟରେ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇ ନବ ପ୍ରତିଭା ଯୁବ ପ୍ରବଚକଙ୍କୁ ଉତ୍ସାହିତ କରିଥିଲେ ! ଏବଂ ପ୍ରବଚକ ଗ୍ରୁପ ବିଭିନ୍ନ ଭଜନ ଗାଇ ଉପସ୍ଥିତ ଦର୍ଶକ ମାନଙ୍କୁ ବିମୋହିତ କରିଥିଲେ ! ଶୁଣାଯାଏ ଯୁବ ପ୍ରବଚକ ରତ୍ନାକର ରୁ ବାଲ୍ମୀକି ହେବା ପରି, ବ୍ୟାସ ଫାଉଣ୍ଡେସନ ସଂସ୍ପର୍ଶରେ ଆସି ନିଜର ମନ୍ଦ ସ୍ୱଭାବ ଛାଡି ଆଧ୍ୟାତ୍ମିକ ପ୍ରବଚନ ମାନ ଦେଉଛନ୍ତି ! ନିଜର ୟୁ ଟ୍ୟୁବ ଚାନେଲ ଖୋଲି ଭାଗବତ ବାଣୀ ପ୍ରଚାର କରୁଥିବାର ଚର୍ଚ୍ଚା ହେଉଥିବାର ଶୁଣିବାକୁ ମିଳିଛି ! ପଣ୍ଡୁଆ ଗ୍ରାମ ଜଣେ ଆଧ୍ୟାତ୍ମିକ ପ୍ରବଚକଙ୍କୁ ପାଇ ଧନ୍ୟ ହେଇଯାଇଛି ବୋଲି ଗ୍ରାମ ଲୋକେ କୁହାକୁହି ହେଉଛନ୍ତି ଏବଂ ନିହାର ରଞ୍ଜନ ମହାନ୍ତିଙ୍କ ଦୀର୍ଘ ଜୀବନ କାମନା କରିଛନ୍ତି !