ପରକ୍ରିୟା ପ୍ରୀତିର କରୁଣ ପରିଣତି |କେନ୍ଦ୍ରାପଡାରେ ମା ସାଜିଲା ପିସାଚି ଦି ମାସ ର ଶିଶୁ ପୁତ୍ରକୁ କଲା ହତ୍ୟା ।
କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ମାର୍ଶାଘାଇ ବ୍ଲକ ଦୁମୁକା ପଞ୍ଚାୟତ କାନପୁର ଗ୍ରାମରେ ଘଟିଯାଇଛିଏକ ଲୋମହର୍ଷଣ କାରି ଘଟଣା ସତ୍ୟ ରଂଜନ ପରିଡ଼ା ଓ ଲକ୍ଷ୍ମୀ ପ୍ରିୟା ପରିଡ଼ା ଙ୍କ ୨ ମାସର ଶିଶୁ ପୁତ୍ରକୁ ମା ଲକ୍ଷ୍ମୀ ପ୍ରିୟା ଗତକାଲି ବିଳମ୍ବିତ ରାତିରେ ଘରେ ସମସ୍ତେ ଶୋଇବା ପରେ ଲକ୍ଷ୍ମୀ ପ୍ରିୟା ଜରିଅଖାରେ ପଥର ବାନ୍ଧି ପାଣି ଟାଙ୍କିରେ ଫୋପାଡ଼ି ଦେଇଥିବା ବୋଲି
ମା ସ୍ୱୀକାର କରିବା ପରେ ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ମା ର ମମତା ଆଉ ସ୍ନେହ ଉପରେ .ମା ହୋଇ ଯଦି ପରକ୍ରିୟା ପ୍ରୀତି ପାଇଁ ପିଶାଚ ସାଯିବ ସେ ଭଳି ମା କୁ ନେଇ ଏବେ ଚର୍ଚ୍ଚା ଜୋର ଧରିବା ସହ ସେଭଳି ମାକୁ କଠୋର ରୁ କଠୋର ଦଣ୍ଡ ଦେବା ଉଚିତ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି l
ଘଟଣା ସ୍ଥଳରେ ମାର୍ଶାଘାଇ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଦୁଇ ମାସର ଶିଶୁ ପୁତ୍ରର ମୃତ ଦେହକୁ ପାଣି ଟାଙ୍କିରୁ ଉର୍ଦ୍ଧାର କରିବା ସହ ମା ଲକ୍ଷ୍ମୀପ୍ରିୟା ଓ ବାପା ସତ୍ୟ ରଞ୍ଜନ ଙ୍କୁ ନେଇ ଥାନାରେ ଅଟକ ରଖିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି l