ପାଞ୍ଚ ବର୍ଷ ର ସାଇରମ ହୃଦୟ ରେ ଦୁଇଟି କଣା.

ପାଞ୍ଚ ବର୍ଷ ର ସାଇରମ ହୃଦୟ ରେ ଦୁଇଟି

ଜନ୍ମ ହେବା ମାତ୍ରେ ଶରୀର ନୀଳ ପଡିଗଲା ପୁଅର. ବାପା ମା ଡାକ୍ତର ଙ୍କୁ ଦେଖେଇବାରୁ ସେ କହିଲେ ପୁଅ ହାର୍ଟ ରେ ଦୁଇଟି କଣା ହୋଇଛି. ବୟସ ବଢିବା ସଂଗେସଂଗେ କଣା ର ଆକୃତି ବଢ଼ି ଚାଲିଲା. ଦିନ ମଜୁରିଆ ପରିବାର ରେ ଚିକିତ୍ସା ପାଈଁ ଅର୍ଥ ବାଧକ ସାଜିଥିବା ବେଳେ ଶିଶୁ ଟି ର ଚିକିତ୍ସା ର ଦାଇତ୍ୱ ନେଇଛନ୍ତି ପାଟକୁରା ବିଧାୟିକା ଓ ଓଡିଶା ମୋ ପରିବାର.
ପାଟକୁରା ପଦ୍ମପୁର ପଞ୍ଚାୟତ ମହାମୁଦା ଗ୍ରାମ ର ୫ ବର୍ଷିୟ ସାଇରାମ ସ୍ୱାଇଁ ର ଏ କାହାଣୀ.

ବର୍ଷର ଶିଶୁ ସାଇରାମ ସ୍ୱାଇଁ.ଛୋଟ ପିଲା କାହାର ବା କଣ କରଥିଲା କିନ୍ତୁ ତା ବଇରୀ ସାଜିଲା ରୋଗ.ଦୁନିଆ ଦେଖିନି କିନ୍ତୁ ଦାଉ ସାଧିଛି ରୋଗ ଓ ଯନ୍ତ୍ରଣା ର ପ୍ରକୋପ . ହୃଦୟ ରେ ଦୁଇଟି ଛିଦ୍ର.ଶିଶୁଟି ର ଦୁଇ ଟି କଣା ଅଛି ହାର୍ଟ ରେ. ବାପା ଦିନ ମଜୁରିଆ. ତଥାପି ପୁଅ ର ଚ୍ୟାମ୍ବର ଅପରେସନ କରାଇଥିଲେ. ଅପରେସନ ପରେ ଜାଣିବାକୁ ପାଇଲେ ସାଇରମ ର ହାର୍ଟ ରେ ଦୁଇଟି କଣା ଥିବା ସହ ଆହୁରି ଅନେକ ରୋଗ ତା ଦେହରେ ଅଛି. ଶିଶୁ ଟି ର ଶରୀର ରେ ହିମୋଗ୍ଲୋବିନ ମାତ୍ରl କମ ଥିବା ସହ ତାର ହାର୍ନିଆ ମଧ୍ୟ ଅଛି. ସମ୍ପୂର୍ଣ ଉଚ୍ଚ ସ୍ଥରୀୟ ଚିକିତ୍ସା ନିମନ୍ତେ ଓଡିଶା ରେ ସୁବିଧା ନଥିବା ରୁ ଓଡିଶା ବାହାରେ ଚିକିତ୍ସା ପାଈଁ ପନ୍ଦର ରୁ କୋଡିଏ ଲକ୍ଷ୍ୟ ଟଙ୍କା ଆବଶ୍ୟକ.ସାଇରମ ର ବାପା ଶଶିକାନ୍ତ ଦିନମଜୁରିଆ.ବ୍ୟୟ ବହୁଳ ଚିକିତ୍ସା ପାଈଁ ଏତେ ଗୁଡ଼ାଏ ଅର୍ଥ ରାଶି ଆଣିବେ ବା କୋଉଠୁ?!!
ଏଥିପାଇଁ ସେ ଓ ତାଙ୍କ ସ୍ତ୍ରୀ ସରକାର ଓ ପ୍ରଶାସନ କୁ ସହାୟତା ପାଈଁ ନିବେଦନ କରିଛନ୍ତି.ସେପଟେ ଗରଦପୁର ବ୍ଲକ ଅଧକ୍ଷ ମଧ୍ୟ ସାଇରାମ କୁ ସହାୟତା ପାଈଁ ଚେଷ୍ଟିତ ଅଛନ୍ତି.ସରକାର ଙ୍କୁ ମଧ୍ୟ ସହାୟତା ପାଇଁ ସେ ନିବେଦନ କରିଛନ୍ତି.

ସାଇରାମ ଙ୍କ ବାପା ଶଶିକାନ୍ତ ଙ୍କ ବାପା ମଧ୍ୟ ବଧିର. ପୁଅ ସାଇ ରୋଗଗ୍ରସ୍ତ. ତେବେ ଯେଉଁ ବଦାନ୍ୟ ବ୍ୟକ୍ତି ସାଇରାମ ଙ୍କ ଚିକିତ୍ସା ପାଇଁ ସହାୟତା କରିବାକୁ ଚାହୁଁଛନ୍ତି ସେ ଆକାଉଣ୍ଟ ନମ୍ବର ରେ ସହାୟତା ରାଶି ପଠାଇପାରିବେ. ଆପଣ ମାନଙ୍କ ସହାୟତା ଛୋଟ ପିଲା ଟି ର ଜୀବନ ରକ୍ଷା କରିପାରିବ.9337290187
ଫୋନ ପେ ଜରିଆ ରେ ସହାୟତା ରାଶି ଯୋଗାଇ ସାଇରାମ କୁ ସହାୟତା କରିପାରିବେ.

Leave a comment
Latest news