ପୂର୍ବତନ ସରପଞ୍ଚ ପୋଲିସ ଙ୍କ ପାଇଁ ଲାଞ୍ଚ ର ବନ୍ଦୋବସ୍ତ କରୁଛନ୍ତି

ପୂର୍ବତନ ସରପଞ୍ଚ ପୋଲିସ ଙ୍କ ପାଇଁ ଲାଞ୍ଚ ର ବନ୍ଦୋବସ୍ତ
ଲାଞ୍ଚ ପାଇଁ ଲାଞ୍ଚ ପାଇଁ,, ଲାଞ୍ଚ ବିନା କିଛି ନାହିଁ… ଲାଞ୍ଚ ନଦେଲେ ଏଠି ନ୍ୟାୟ ମିଳେନାହିଁ

  • ପୋଲିସ ପାଇଁ ଲlଞ୍ଚ ର ବ୍ୟବସ୍ଥା କରୁଛି କୁଜିନେତା.

.ଦଲାଲ ହାତରେ ରାଜନୀତି..

*ଇଏ ଲୋକ ପ୍ରତିନିଧି ନା ଦଲାଲ.

ଏ ଭିଡିଓ ରେ ପୁରା ଏକ୍ସପୋଜ ହୋଇଛି ଜଣେ ଦଲାଲ. ଏ ଦଲାଲ ର ନା ଅଶ୍ୱିନୀ ମହାନ୍ତି.. ଇଏ କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ଇନ୍ଦାଳ ପଂଚାୟତ ର ପୂର୍ବତନ ସରପଞ୍ଚ ଥିଲା.

*. ଦାଣ୍ଡ ରେ ପଡି ହାଟରେ ଗଡୁଛି ଇନ୍ଦାଳ ପୂର୍ବତନ ସରପଞ୍ଚ କୁଜିନେତା ଅଶ୍ୱିନୀ ମହାନ୍ତି ର ଦଲାଲି.

*ଡେରାବିଶ ବ୍ଲକ ଇନ୍ଦାଳ ପଞ୍ଚାୟତ ର ପୂର୍ବତନ ସରପଞ୍ଚ

  • ଚାନ୍ଦୋଳ ଫାଣ୍ଡି କନେଷ୍ଟବଳ ଙ୍କ ନାମ କହି ସେ ମାଗୁଛି ଲାଞ୍ଚ.

ପୋଲିସ କନେଷ୍ଟବଳ କୁଆଡେ ପାଞ୍ଚ ସହ ଟଙ୍କା ଲାଞ୍ଚ ନେଲେ କାମ କରନ୍ତି… ଏକଥା ଆମେ କହୁନୁ ଆଜ୍ଞା କହୁଛି ଏ ଦଲାଲ ଅଶ୍ୱିନୀ ମହାନ୍ତି.

ହଁ ଆଜ୍ଞା ଏ ଭିଡିଓ ଦେଖିଲେ ପ୍ରଶ୍ନ ଉଠୁଛି ପୋଲିସ ସହ ଦଲାଲ ମାନଙ୍କ କି ସମ୍ପର୍କ ଅଛି? କାହା ସାହସ ରେ ଇନ୍ଦାଳ ର ଏ ପୂର୍ବତନ ସରପଞ୍ଚ ଅଶ୍ୱିନୀ ଅଭିଯୋଗକାରୀ ଙ୍କୁ ସିଧାସଳଖ ପୋଲିସ ଙ୍କୁ ଲାଞ୍ଚ ଦେବାପାଇଁ କହୁଛନ୍ତି??????

ଘଟଣା ଟି ଏହି ଭଳି କି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଇନ୍ଦାଳ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଅଶ୍ୱିନୀ ମହାନ୍ତି ବର୍ତ୍ତମାନ ସାଜିଛି ଦଲାଲ. ଇନ୍ଦାଳ ପଞ୍ଚାୟତ ର ଜଣେ ଯୁବକ କୌଣସି ଏକ ଅଭିଯୋଗ ସ୍ଥାନୀୟ ଚାନ୍ଦୋଳ ଫାଣ୍ଡି ରେ କରିଥିଲେ. ତା ପରେ ଯୁବକ ଜଣକ ପଞ୍ଚାୟତ ର ଆତ୍ମଘୋସିତ ମୁଖିଆ ବୋଲାଉଥିବା ଏହି ପୂର୍ବତନ ସରପଞ୍ଚ ଅଶ୍ୱିନି ମହାନ୍ତି ଙ୍କୁ ନିଜ ଦୁଃଖ ଜଣାଇ ଥିଲେ. ହେଲେ କୁଜିନେତା ଅଶ୍ୱିନୀ ଲୋକ ପ୍ରତିନିଧି ଭାବେ ଯୁବକ ଙ୍କୁ ସହାୟତା କରିବା ପରିବର୍ତ୍ତେ ନିଜ ଦଲାଲ ଗିରି ଆରମ୍ଭ କରିଦେଇଥିଲେ…

ଯୁବକ ଜଣଙ୍କ ଆଗରେ ଦଲାଲ ଅଶ୍ୱିନୀ ମହାନ୍ତି ସିଧାସଳଖ ଚାନ୍ଦୋଳ ଫାଣ୍ଡି ର ମାରାଣ୍ଡି, ରାଉତ ଓ ନିହାର ନାମକ କିଛି କନେଷ୍ଟବଳ ଙ୍କ ନାମ ଉଚ୍ଚାରଣ କରିବା ସହ ସେମାନଙ୍କ ଭିତରୁ ଜଣଙ୍କୁ ପାଞ୍ଚସହ ଟଙ୍କା ଲାଞ୍ଚ ଦେବାକୁ କହିଥିଲେ.ଆଉ ଶହେ ଦୁଇଶହ ଟଙ୍କା ଚଳୁନାହିଁ,ପାଞ୍ଚଶହ ଟଙ୍କା ନଦେଲେ ପୋଲିସ ତଦନ୍ତ କରିବାକୁ ଆସିବେନି ବୋଲି ମଧ୍ୟ କହିଥିଲେ. କୁଆଡେ ଫାଣ୍ଡି କୁ ଯାଇ କନେଷ୍ଟବଳ ଙ୍କୁ ଲାଞ୍ଚ ଦେବାପରେ ଅଶ୍ୱିନୀ ଙ୍କୁ ଜଣାଇଦେଲେ ଅଭିଯୋଗକାରୀ ଙ୍କ କାମ ହେଇଯିବ ବୋଲି ମଧ୍ୟ ବାହାସ୍ପଟ ମାରି କହୁଛି ଏ ଦଲାଲ…. ଯୁବକ ଜଣଙ୍କ କୌଶଳ କ୍ରମେ ଘଟଣା କୁ ରେକଡ଼ିଂ କରିଥିଲେ ଓ ତାହା ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି.

ସେପଟେ ଏହି କୁଜିନେତା ତଥା ଦଲାଲ ଅଶ୍ୱିନୀ ମହାନ୍ତି ନାମକ ଆତ୍ମଘୋଷିତ ଲୋକପ୍ରତିନିଧି ପୋଲିସ କର୍ମଚାରୀଙ୍କ ନା ନେଇ ଚାନ୍ଦୋଳ ଫାଣ୍ଡି ର କାର୍ଯ୍ୟଧାରା ଉପରେ ପ୍ରଶ୍ନ ଚି଼ହ୍ନ ସୃଷ୍ଟି କରଚି.
ଏଠି ପ୍ରଶ୍ନ ଉଠେ ଯେ ଏ କୁଜିନେତା ଦଲାଲ ଅଶ୍ୱିନୀ ମହାନ୍ତି ଚାନ୍ଦୋଳ ପୋଲିସ କନେଷ୍ଟବଳ ଙ୍କ ପାଇଁ ଲାଞ୍ଚ ବ୍ୟବସ୍ତା କରାଇ ବାକୁ ତାର ଏତେ ସାହସ ଆସିଲା କେଉଁଠୁ..??? ଫାଣ୍ଡି ସହ ଅଶ୍ୱିନୀ ର କି ସମ୍ପର୍କ ଅଛି? ଏଭଳି ଲାଞ୍ଚ ମଗା ଦିନିକିଆ ନା ସବୁ ଦିନିଆ ବେପାର?

ଦଲାଲ ଅଶ୍ୱିନୀ ସହ ତାର ଜଣେ ସମର୍ଥକ ମଧ୍ୟ ଦଲାଲ ଅଶ୍ୱିନୀ କଥାରେ ମୁଣ୍ଡ ଟୁଙ୍ଗାରି ସବୁ ଥିରେ ସହମତି ଜଣାଇଥିବା ଭିଡିଓ ରେ ସ୍ପଷ୍ଟ ଦେଖିବାକୁ ମିଳିଛି.ଦଲାଲ ଅଶ୍ୱିନୀ ନିଜକୁ କଣ ଭାବୁଛି କେଜାଣି ସିଧା ସଳଖ ଆଇନ କାନୁନ କୁ ଖେଲଘର ଭାବି ନେଇଛି ବୋଧେ ….

ଏ ଘଟଣା ଭିଡିଓ ଭାଇରାଲ ହେବା ପରେ ଓ ଖବର ପ୍ରସାରଣ ପରେ ପୋଲିସ ବିଭାଗ ଉଚ୍ଚସ୍ତରୀୟ ଅଧିକାରୀ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ଏ ଦଲାଲ ଅଶ୍ୱନୀ ମହାନ୍ତି ବିରୁଦ୍ଧରେ, ତାହା ସମୟ ସାପେକ୍ଷ.
ସେପଟେ ଏ ଭିଡିଓ ଭାଇରlଲ ପରେ କୁଜିନେତା ସାଜିଥିବା ଦଲାଲ ଅଶ୍ୱିନୀ ମହାନ୍ତି ର ଅସଲ ମୁଖା ପଦାରେ ପଡିଛି

Leave a comment
Latest news