ପ୍ରେମିକା ପାଇଁ ଜୀବନ ହାରିଲା ପ୍ରେମିକ। ଘଟିଲା ଏଭଳି ଘଟଣା

ଆଉ କାହାର ହୋଇଗଲା ପ୍ରେମିକା । ଆତ୍ମହତ୍ୟା କରିଦେଲା ପ୍ରେମିକ । ପ୍ରେମ ପାଇଁ ଗଛରେ ଝୁଲିଲା ଜୀବନ । ସବୁ ସରିଗଲା, ସବୁ ସ୍ୱପ୍ନ ଭାଙ୍ଗିଗଲା । ଯାହାକୁ ନେଇ ରାତି ରାତି ସ୍ୱପ୍ନ ଦେଖିଥିଲି ଯାହାକୁ ହୃଦୟରେ ଜାଗାଟିଏ ଦେଇଥିଲି । ଆଉ କିଛି ସମୟ ପରେ ସେ ଆଉ କାହାର ହୋଇଯିବ । ଆଉ କାହା ହାତରୁ ସିନ୍ଦୂର ନାଇବ, ଆଉ କାହା ନାଁରେ ଶଙ୍ଖା ପିନ୍ଧିବ । ବେଦୀରେ ବସି ହୋମନିଆଁକୁ ସାକ୍ଷୀ ରଖି ତା ଜୀବନସାଥୀ ପାଲଟିବ… ଉଫ୍ ! ଏ କଥାକୁ କେମିତି ସହିବ ଏ ଛାତି ? ତା ବିନା କେମିତି ବଞ୍ଚିବ ଏ ଜୀବନ? ନା… ଏ ଜୀବନ ରଖି ଆଉ ଲାଭ ନାହିଁ । ରାତି ପାହିବା ପରେ ପ୍ରେମିକାର ବଧୂବେଶ ଦେଖିବା ପୂର୍ବରୁ ମୁଁ ନଥିବ… ସେ ଶାଶୁଘରକୁ ଯିବ ତ ମୋ ଶବ ଦେଖି ଯିବ, ମୋ ମଲାଖବର ଶୁଣି ଯିବ…ରାତିରେ ବେଦୀରେ ବସି ବାହା ହେଉଥିଲା ପ୍ରେମିକା ।

ଜୀବନସାଥୀକୁ ନପାଇ ଜୀବନ ହାରିବାର ଯୋଜନା କରୁଥିଲା ପ୍ରମିକ । ପ୍ରେମିକା ପର ପୁରୁଷକୁ ବାହା ହୋଇ ସବୁଦିନ ପାଇଁ ପର ହୋଇଯିବ । ଏ ନିଷ୍ଠୁର ସତକୁ ସାମ୍ନା କରି ନପାରି ମୃତ୍ୟୁକୁ ଆମନ୍ତ୍ରଣ କରିବାର ମନ୍ତ୍ର ପଢୁଥିଲା ପ୍ରେମିକ । ଏପଟେ ପ୍ରେମିକା ଆଉ କାହାର ହାତଧରୁଥିଲା, ସେପଟେ ପ୍ରେମିକ ଆତ୍ମହତ୍ୟାକୁ ବାଛି ସାରିଥିଲା ।

ପ୍ରେମିକାର ବେକରେ ବରଣମାଳ ପଡୁଥିଲା, ପ୍ରେମିକ ନିଜ ବେକରେ ଫାଶୀ ଦଉଡି ଲଗାଉଥିଲା । ପ୍ରେମିକା ଆଗରେ ହୋମନିଆଁ ଜଳୁଥିଲା, ପ୍ରେମିକର ଶବକୁ ଜୁଇ ଅପେକ୍ଷା କରିଥିଲା । କାରଣ ରାତି ପାହିବା ପୂର୍ବରୁ ପ୍ରେମିକା ପାଇଁ ଗୋଟେ ପ୍ରେମିକ ସବୁଦିନ ପାଇଁ ଶବ ପାଲଟିଯାଇଥିଲା । ପ୍ରେମିକା ଆଇ କାହାକୁ ବାହା ହୋଇଗଲା ବୋଲି ପ୍ରେମିକ ସାରା ଦୁନିଆରୁ ବିଦାୟ ନେଇଗଲା

Leave a comment
Latest news