ପ୍ଲାଷ୍ଟିକ ଭଳି ଆବର୍ଜନାରୁ ପେଟ୍ରୋଲ । ବିନା ବ୍ୟାଟେରୀ ,ବିନା ବିଦ୍ୟୁତ୍ ଚାର୍ଜରେ ବିଦ୍ୟୁତ ଉତ୍ପାଦନ ।

କିଛି ନୂଆ କରିବାର ନିଶା ହିଁ ଉଦ୍ଭାବନର ବାଟ ଶିଖାଏ। ଯାହାକି ଖୋର୍ଦ୍ଧା ଜିଲ୍ଲା ଯାଆଁଳା ପଂଚାୟତ ରାଧାଚରଣପୁରର ଅଜୟ ଙ୍କ କ୍ଷେତ୍ର ରେ ଦେଖା ଯାଇଛି। କିଛି ଦିନ ପୂର୍ବେ ପ୍ଲାଷ୍ଟିକ ଭଳି ଆବର୍ଜନାରୁ ପେଟ୍ରୋଲ ଜାତୀୟ ପଦାର୍ଥ ବାହାର କରିବା ସେଥିରେ ପୁଣି ଗାଡି ଚଳାଇବା କାର୍ଯ୍ୟ ତାଙ୍କୁ ପ୍ରଶଂସା ଦେଇଥିଲା।

ପ୍ଲାଷ୍ଟିକ ଯୋଗୁ ପରିବେଶ ଦୂଷିତ ଦିଗରେ ଏକ ପଦକ୍ଷେପ ସହ ପେଟ୍ରୋଲିୟମ ସାମଗ୍ରୀର ବର୍ଦ୍ଧିତ ମୂଲ୍ୟ ପାଇଁ ଏକ ବିକଳ୍ପ ର ଆଶା ସଂଚାରି ଥିଲା। ଏବେ ପୁଣି ବିଦ୍ୟୁତ୍ ସଙ୍କଟ ଦିଗରେ ଆରମ୍ଭ କରିଛନ୍ତି ଏକ ପ୍ରୟାସ । ବିନା ବ୍ୟାଟେରୀ ,ବିନା ବିଦ୍ୟୁତ୍ ଚାର୍ଜରେ କେବଳ ନିଜ ନିର୍ମିତ କେତୋଟି ସେଲରେ ପାଣିରେ ବୁଡାଇ ବିଦ୍ୟୁତ ଉତ୍ପାଦନ କରିଛନ୍ତି। କିଛି ଦିନ ପୂର୍ବେ କୋଣାର୍କ ର ସମୁଦ୍ର କୂଳରେ ଲୁଣି ପାଣିରେ ପରୀକ୍ଷା କରିବା ପରେ କିଭଳି ସାଧା ପାଣିରେ ବିଦ୍ୟୁତ ବାହାରିବ ତାର ପ୍ରୟାସ ରେ ଲାଗିଥିଲେ। ଆଉ ସଫଳ ମଧ୍ୟ ହୋଇଛନ୍ତି।

ଏଲଇଡି ବଲକୁ ନିଜ ଘରେ ରାତି ଦିନ ଜଳାଇ ସଫଳ ହୋଇଛନ୍ତି। ସେଲ ଗୁଡିକ ଓଦା ଥିବା ପର୍ଯ୍ୟନ୍ତ ଲାଇଟ ଜଳିବ ବୋଲି ଦାବି କରିଛନ୍ତି ଅଜୟ। ସରକାରୀ ସହାୟତା ହେଉ ଅବା ତାଙ୍କ ଉଦ୍ୟମ କୁ କେଉଁସଂସ୍ଥା ବିନିଯୋଗ କରି ଏହି ସେଲ ନିର୍ମାଣ ରେ ସହଯୋଗ ଦେଲେ ବୋଧ ହୁଏ ବିଦ୍ୟୁତ ସଙ୍କଟ ଲାଘବ ହୋଇପାରିବ ବୋଲି ଆଶା ପ୍ରକଟ କରିଛନ୍ତି ଅଜୟ ।

Leave a comment
Latest news