ବାୟା ଅବଧୂତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରିଜୀଙ୍କ ଜୟନ୍ତୀ ପାଳିତ

ଗ୍ରାମେ ଗ୍ରାମେ ବୁଲୁଛି କେନ୍ଦ୍ର ସରକାରଙ୍କ ଅହିଂସା ରଥ ! ସବୁ ସ୍ତରରେ ପ୍ରଶଂସା ଆଉ ପ୍ରଶଂସା ! କୋଉଠୁ ଆସିଲା ଏ ଅହିଂସା ର ବାଣୀ ? କିଏ ସେଇ ଅହିଂସାର ପୂଜାରୀ ? ଗୁଜୁରାଟର ପୋର ବନ୍ଦର ଠାରେ 1869 ଅକ୍ଟୋବର ମାସରେ ଯୋଉ ମହାନ ବ୍ୟକ୍ତିଙ୍କର ଆବିର୍ଭାବ ହୋଇଥିଲା, ସେ ଆଉ କେହି ନୁହଁନ୍ତି, ଜାତିର ଜନକ କୁହାଯାଉଥିବା ମୁକୁଟ ବିହୀନ ସମ୍ରାଟ ମୋହନଦାସ କରମଚାନ୍ଦ ଗାନ୍ଧୀ ! ଯାହାଙ୍କୁ ସାରା ଭାରତ ମହାତ୍ମାଗାନ୍ଧୀ ଭାବେ ଜାଣନ୍ତି ! ସେଇ ମହା ମାନବ ଙ୍କର ଆଜି ଜନ୍ମଦିନ ! ଅହିଂସା ଆନ୍ଦୋଳନର ସୃଷ୍ଟିକର୍ତ୍ତା ! ତାଙ୍କରି ପୁଣ୍ୟ ଜନ୍ମଦିନ ଉପଲକ୍ଷେ ଜଗତସିଂହପୁର ଜିଲ୍ଲାର ତିର୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ଅଧୀନରେ ଥିବା ବିଶ୍ଵଗୁରୁ ବାୟା ବାବାଙ୍କ ନାମରେ ନାମିତ ସରକାରୀ ଉଚ୍ଚ ବିଦ୍ୟାଳୟ ! ଆଜି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ପାଣିଙ୍କ ତତ୍ୱାବଧାନରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ନିରାଡ଼ମ୍ବର ଭାବେ ପାଳନ କରିଛନ୍ତି ଗାନ୍ଧିଜୀ ଓ ଶାସ୍ତ୍ରିଜୀଙ୍କ ଜୟନ୍ତୀ ! ସହଯୋଗ କରିଛନ୍ତି ବିଦ୍ୟାଳୟର ସହକାରୀ ଶିକ୍ଷକ ମହମ୍ମଦ ସାଲାଲୁଦ୍ଦିନ, ରଶ୍ମିରଂଜନ ଦାସ, ବାଇଧର ଦାସ, ବିକାଶ ଚନ୍ଦ୍ର ଜେନା, ବିଜୟ କୁମାର ପଣ୍ଡା, ପ୍ରଣବ ସାହୁ,ଉମାକାନ୍ତ ମହାପାତ୍ର ଏବଂ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ସ୍ୱାଇଁ, ମମତା ମହାପାତ୍ର, ମମତା ମଞ୍ଜରୀ ଦାସ, ମୋନାଲିସା ମହାନ୍ତି, ଅଫିସ କର୍ମଚାରୀ ବିଜୟ ସିଂହ, ଜୟଦେବ ସାହୁ, ଏବଂ ଚିତ୍ତରଞ୍ଜନ ଦଳାଇ

Leave a comment
Latest news