ବିଭାଗୀୟ ଅଧିକାରୀ ଙ୍କୁ ତାଗିଦ କଲେ ମନ୍ତ୍ରୀ
କାର୍ଯ୍ୟରେ ଅବହେଳା ପାଈଁ ବିଭାଗୀୟ ଅଧିକାରି ଙ୍କୁ ତାଗିଦ କଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ.ଆଜି କେନ୍ଦ୍ରାପଡ଼ା ଗ୍ରସ୍ତ ରେ ଥିବା ପୂର୍ତ୍ତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଡେରାବିଶ ବ୍ଲକ କୁରୁଜଙ୍ଗା ରେ ନିର୍ମିତ ଆଦର୍ଶ ବିଦ୍ୟାଳୟ ର କାମ ଓ କାର୍ଯ୍ୟର ମାନକୁ ସମୀକ୍ଷା କରିବାକୁ ଆସିଥିଲେ.ତାଙ୍କ ସହ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ, କେନ୍ଦ୍ରାପଡ଼ା ବିଧାୟକ ଶଶୀ ଭୂଷଣ ବେହେରା, ଜିଲ୍ଲା ପରିଷଦ ଅଧକ୍ଷ ଗୀତାଞ୍ଜଳି ସେଠି,ବିଜେଡି ଜିଲ୍ଲା ସଭାପତି ଉତ୍କଳ ପରିଡା, ରାଜ୍ୟ ବିଜେଡ଼ି କାର୍ଯ୍ୟକାରିଣୀ ସଦସ୍ୟ ସଂଜୟ ଅଗ୍ରୱାଲ, ବ୍ଲକ ଉପାଧ୍ୟକ୍ଷ ଦେବାଶିଷ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତି ଥିଲେ..
ସେ ସମୟ ରେ ଡେରାବିଶ ବ୍ଲକ ବିଜେଡ଼ି ର ଦୃଢ଼ ସଂଗଠକ ତଥା ପୂର୍ବତନ ବ୍ଲକ ଅଧକ୍ଷ ସରୋଜ କାନ୍ତ ସାହୁ ମନ୍ତ୍ରୀ ଙ୍କ ଆଗରେ ସ୍କୁଲ ନିର୍ମାଣ ରେ ନିୟୋଜିତ ବିଭାଗୀୟ ଅଧିକାରୀ ଙ୍କ କାର୍ଯ୍ୟଦକ୍ଷତା କୁ ନେଇ ପ୍ରଶ୍ନ ଉଠାଇବା ସହ ନିର୍ମାଣଧୀନ ଆଦର୍ଶ ବିଦ୍ୟାଳୟ ପ୍ରୋଜେକ୍ଟ ର ସମ୍ମୁଖରେ ନାମ ଫଳକ ନଥିବା ନେଇ ଅଭିଯୋଗ ରଖିଥିଲେ.. ଏ ଘଟଣା କୁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ବିଧାୟକ ଶସୀ ଭୂଷଣ ବେହେରା ଗୁରୁତ୍ୱର ସହ ନେଇ ବିଭାଗୀୟ ଅଧିକାରୀ ଙ୍କୁ ଫଳକ ଲଗା ନଯିବା ର କାରଣ ଦର୍ଶାଇ ବାକୁ କହିବl ସହ ସରକାରୀ କାମ ରେ ଏ ଭଳି ଅବହେଳା ପାଈଁ ବିଭାଗୀୟ ଅଧିକାରୀ ଙ୍କୁ ତାଗିଦ କରିଥିଲେ. ସରକାର 5T ଚିନ୍ତାଧାରା ରେ କାମରେ ଅବହେଳା ଗ୍ରହଣୀୟ ନୁହଁ. ତେଣୁ ମନ୍ତ୍ରୀ ଶ୍ରୀ ମଲ୍ଲିକ ଘଟଣା କୁ ଗୁରୁତ୍ୱର ସହ ନେଇ ପୂର୍ବତନ ବ୍ଲକ ଅଧକ୍ଷ ଙ୍କ ଅଭିଯୋଗ କୁ ବିଚାର ବିମର୍ଶ କରି ବିଭାଗୀୟ ଅଧିକାରୀ ଙ୍କୁ ତାଗିଦ କରିବା ବିଜେଡ଼ି ର ସ୍ଵଚ୍ଚ ଶାସନ ର ନିଦର୍ଶନ ଅଟେ. ଏଥି ସହ ମନ୍ତ୍ରୀ ବିଦ୍ୟାଳୟ ପରିସର ବୁଲି ଦେଖିବା ସହ କାର୍ଯ୍ୟ ନିର୍ଧାରିତ ସମୟରେ ସମ୍ପର୍ଣ କରିବାକୁ ନିର୍ଦେଶ ଦେଇଥିଲେ.. ଏ ଘଟଣା ପରେ ପୂର୍ବତନ ବ୍ଲକ ଅଧକ୍ଷ ସରୋଜ କାନ୍ତ ସାହୁ ଙ୍କ ଅଦମ୍ୟ ସାହସ କୁ ସମସ୍ତେ ପ୍ରଶଂସା କରିଛନ୍ତି