ବ୍ଲକ ସ୍ତରୀୟ ମହିଳା ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ : 294 ସ୍ୱୟଂ ସହାୟକ ଗୋଷ୍ଠି ମହିଳା ଙ୍କୁ 12 କୋଟି 22 ଲକ୍ଷ 80 ହଜାର ଟଙ୍କା ଋଣ ପ୍ରଦାନ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ, ନିର୍ମଳ ଶାସନରେ ମହିଳାମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଯାଇ ଅଗ୍ରଣୀ କରାଯାଇପାରିଛି – ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା l ମାହାଙ୍ଗା ବ୍ଲକ ସ୍ତରୀୟ ମହିଳା ମିଶନ ଶକ୍ତି ଋଣ ମେଳା କୁଆଁପାଳ ଗୋବରୀ କୂଳରେ ଅନୁଷ୍ଠିତ ହୋଇଯାଇଛି l ମହିଳା ମାନଙ୍କୁ ମଝବୁତ କରିବା ଲକ୍ଷ୍ୟ ନେଇ ବିନା ସୁଧରେ SHG ଗ୍ରୁପ ଙ୍କୁ 5 ଲକ୍ଷ ଟଙ୍କା ଋଣ, ମିଶନ ଶକ୍ତି ମହିଳା ମାନଙ୍କ ପାଇଁ ପଞ୍ଚାୟତ ରେ ମାର୍କେଟ କମ୍ପ୍ଲେସ୍କ ଗୃହ , ମହିଳା ମିଶନ ଶକ୍ତି ଗୃହ , ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଶିଳ୍ପ ପାର୍କ, ପ୍ରତି ଜିଲ୍ଲା ମିଶନ ଶକ୍ତି ଫେଡେରେସନକୁ କୋଟିଏ ଟଙ୍କାର ରିଭଲଭିଂ ପାଣ୍ଠି, ବ୍ଲକ ଫେଡେରେସନ ଙ୍କୁ 50 ଲକ୍ଷ ଟଙ୍କା ଆଦି ବିଭିନ୍ନ ଯୋଜନା ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନରେ ସାକାର ହୋଇପାରିଛି ବୋଲି ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି 294 ସ୍ୱୟଂ ସହାୟକ ଗୋଷ୍ଠି ମହିଳା ଙ୍କୁ 12 କୋଟି 22 ଲକ୍ଷ 80 ହଜାର ଟଙ୍କା ଋଣ ପ୍ରଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସିଡିପିଓ ପ୍ରମୋଦିନୀ ଦାଶ, ବ୍ଲକ ଅଧକ୍ଷା ଦୀପା ମଲିକ , ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ପୂର୍ବତନ ବ୍ଲକ ଅଧକ୍ଷ ଶରତ ନାୟକ, ଜିଲ୍ଲା ପରିଷଦ ସୁସ୍ମିତା ଦାସ, ଜଗବନ୍ଧୁ ସେଠି, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ବ୍ଲକ ମହିଳା ଫେଡେରେସନ ସଭାପତି ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସମସ୍ତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ମହିଳା ମାନେ ଯୋଗଦାନ କରି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ l