ଭାଉଜ ସହ କି ସମ୍ପର୍କ ରଖିବାକୁ ଚାହୁଁଥିଲା ଦିଅର.
ଭାଉଜ ସହ କି ସମ୍ପର୍କ ରଖିବାକୁ ଚାହୁଁଥିଲା ଦିଅର.
କାହିଁକି ଆତ୍ମହତ୍ୟା କଲା ବଡ଼ଭାଇ ଦୀପକ ମିଶ୍ର. ଆତ୍ମହତ୍ୟା ନା ହତ୍ୟା?
କେମିତି ମୃତୁ ବରଣ କଲେ ଦୀପକ?
ଦାୟୀ କିଏ ? ଗତ ଅଗଷ୍ଟ 23 ତାରିଖ ଦିନ କେନ୍ଦ୍ରାପଡ଼ା ସଦର ଥାନl ଅନ୍ତର୍ଗତ ନରିଲୋ ଗ୍ରାମ ର ଦୀପକ ମିଶ୍ର ମୃତୁ ରହସ୍ୟ ରେ ଆହୁରି ସସ୍ପେନ୍ସ ବଢିଛି.
ପାରିବାରିକ କଳହ ଓ ଭାଇ ଭାଇ ଝଗଡା ଯୋଗୁଁ ଦୀପକ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଥିଲା. କିନ୍ତୁ ଦୀପକ ଙ୍କ ପତ୍ନୀ ଓ ଶଶୁର ଘର ଲୋକେ ଦୀପକ ଙ୍କ ଭାଇ ଶିବାନନ୍ଦ ମିଶ୍ର(ସାରଦା )ସମେତ ଶାଶୁ, ଶଶୁର ଓ ନଣଦ ନା ରେ ହତ୍ୟା ଅଭିଯୋଗ ଆଣିଛନ୍ତି.
ଏନେଇକେନ୍ଦ୍ରାପଡ଼ା ସଦର ଥାନା ପୋଲିସ ତଦନ୍ତ ଆରମ୍ଭ କରିଦେଇଛି.
ଘଟଣା ର ଦିନକ ପରେ ଦୀପକ ଙ୍କ ସ୍ତ୍ରୀ ଓ ଶାଳକ ଚlଞ୍ଚଲ୍ୟକର ପ୍ରତିକ୍ରିୟା ଦେଇଛନ୍ତି. ମୃତ ଦୀପକ ମିଶ୍ର ଙ୍କ ସାନଭାଇ ଶିବାନନ୍ଦ ମିଶ୍ର(ସାରଦା) ର ଭାଉଜ ତଥା ଦୀପକ ଙ୍କ ସ୍ତ୍ରୀ ନିବେaଦିତା ମିଶ୍ର ଙ୍କ ଉପରେ ଖରାପ ନଜର ଥିଲା.
ଦୀପକ ସାମାନ୍ୟ ଖାମ ଖିଆଲି ମିଜାଜ ର ଥିବାରୁ ନିଜ ପରିବାର ଲୋକେ ତାଙ୍କ ସହ ସବୁବେଳେ ଝଗଡା କରୁଥିଲେ ଫଳରେ ପାରିବାରିକ ଅସlନ୍ତି ଲାଗି ରହିଥିଲା.ପରିବାର ଲୋକେ ଦୀପକ ଓ ତାଙ୍କ ସ୍ତ୍ରୀ ନିବେଦିତା ଙ୍କ ଉପରେ ବାରମ୍ଭାର ଅତ୍ୟାଚାର କରୁଥିବା ବେଳେ ଏନେଇ ଗତ ଫରେବ୍ରୁୟାରୀ ମାସରେ ସଦର ଥାନାରେ ଏକ ଏତଲା ହୋଇଥିଲା. କିନ୍ତୁ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନେଇନଥିଲେ.
ସେବେଠୁ ଦୀପକ ଙ୍କ ସ୍ତ୍ରୀ ଡେରାବିଶ ରତାଦିଆ ଖଣ୍ଡାସାହି ସ୍ଥିତ ନିଜ ବାପ ଘରେ ରହୁଥିଲେ.
କିନ୍ତୁ ଗତ କlଲି ନିବେଦିତା ଙ୍କ ବାପ ଘର ଲୋକେ ଦୀପକ ଙ୍କ ମୃତୁ ଖବର ପାଇ ଡାକ୍ତରଖାନା ରେ ପହଞ୍ଚିଲl ବେଳକୁ ଦୀପକ ଙ୍କ ପୋଷ୍ଟ ମର୍ଟମ ସରିଲାଣି. ଯାହାକୁ ନେଇ ସ୍ତ୍ରୀ ଓ ବାପ ଘର ଲୋକେ ସନ୍ଦେହ ଘେରରେ ରହିଥିଲେ. ଗତକାଲି ବିଳମ୍ବିତ ରାତି ରେ ସ୍ତ୍ରୀ ନିବେଦିତା ସଦର ଥାନା ରେ ଏତଲା କରିଛନ୍ତି.
ସେପଟେ ଦୀପକ ଙ୍କ ଅଭିଯୁକ୍ତ ଭାଇ ଶିବାନନ୍ଦ ମିଶ୍ର(ସାରଦା)
ଭାଉଜ ଙ୍କ ଅଭିଯୋଗ କୁ ଖଣ୍ଡନ କରିବା ସହ ମୃତ ଭାଇ ମନସିକ ରୋଗି ଥିଲା ଓ ସେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପ୍ରତିକ୍ରିୟା ରଖିଛି.. ଏନେଇ କେନ୍ଦ୍ରାପଡ଼ା ସଦାର ଥାନା ପୋଲିସ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ.