ଭୁବନେଶ୍ଵର ସିବିଆଇ କାର୍ଯ୍ୟାଳୟରେ ଦିଲ୍ଲୀ ଟିମର ଜେରା
ମହିମା ମିଶ୍ର ପୁଅକୁ ୩ ଘଣ୍ଟା ସିବିଆଇ ଜେରା । ଶିଳ୍ପପତି ମହିମା ମିଶ୍ରଙ୍କ ପୁଅକୁ ୩ ଘଣ୍ଟା ଜେରା କଲା ସିବିଆଇ । ଭୁବନେଶ୍ଵର ସିବିଆଇ କାର୍ଯ୍ୟାଳୟରେ ଦିଲ୍ଲୀ ଟିମ ପକ୍ଷରୁ ଜେରା କରାଯାଇଥିବା ସୂଚନା । PPT ରେ 25 ଲକ୍ଷ ହେରଫେର ନେଇ ପଚରାଉଚରା କରାଯାଇଥିବା ଜଣାପଡିଛି । ପାରାଦୀପ ପୋର୍ଟ ଟ୍ରଷ୍ଟ ଲିମିଟେଡରେ 25 ଲକ୍ଷ କାରବାର ନେଇ ଜେରା କରାଯାଇଛି ।
ଏହା ପୂର୍ବରୁ ଓଡିଆ ବଜାରରେ ଥିବା ମହିମା ମିଶ୍ରଙ୍କ ବାସଭବନରେ ବି ରେଡ କରାଯାଇଛି ।ବହୁଚର୍ଚ୍ଚିତ ସିୱେଜ ସିପିଙ୍ଗ୍ ଆଣ୍ଡ ଲଜିଷ୍ଟିକ ପ୍ରାଇଭେଟ ଲିମିଟେଡ ପାରାଦ୍ୱିପ ଶାଖାର ପରିଚାଳକ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗିରଫ ହୋଇଥିବା ଶିଳ୍ପପତି ମହିମା ମିଶ୍ରଙ୍କୁ ୨୦୨୧ ନଭେମ୍ୱର ମାସରେ ମିଳିଥିଲା ଜାମିନ୍ ।
ବ୍ୟବସାୟିକ ଶତ୍ରୁତା କାରଣରୁ ସିୱେଜ ସିପିଙ୍ଗ୍ ଆଣ୍ଡ ଲଜିଷ୍ଟିକ ପ୍ରାଇଭେଟ ଲିମିଟେଡ ପାରାଦ୍ୱିପ ଶାଖାର ପରିଚାଳକ ମହେନ୍ଦ୍ର ସ୍ୱାଇଁଙ୍କୁ ୨୬ ଅକ୍ଟୋବର ୨୦୧୬ରେ ତାଙ୍କ କାର୍ଯ୍ୟାଳୟକୁ ଯିବାବେଳେ ବୋମା ଫିଙ୍ଗି ହତ୍ୟା କରାଯାଇଥିଲା ।