ମନ ମୋହୁଛି ବାବା ଚମ୍ପେଶ୍ୱର ପୀଠ।

ଚାରିଆଡେ ସବୁଜ ବନାନୀ। ନବତ୍ସାମି ପାହାଡ଼ ସହ କୁଳୁ କୁଳୁ ନାଦ କରି ବହିଯାଉଛି ଝରଣା। ମନ ମୋହୁଛି ମନଲୋଭା ପରିବେଶ। ବାଲେଶ୍ୱର ଜିଲ୍ଲା , ଔପଦା ବଜାର ଠୁ ମାତ୍ର 16km ଦୂରରେ ଥିବା ଦେବଗିରି ପାହାଡ଼ ପାଦଦେଶରେ ଅବସ୍ଥିତ ବାବା ଚମ୍ପେଶ୍ଵର ପୀଠ। ଏଠି ଚମ୍ପେଶ୍ଵର ଭାବେ ପୂଜା ପାଉଛନ୍ତି ଦେବ ଦେବ ମହାଦେବ। ଏବଂ ତାଙ୍କ ସହ ପୂଜା ପାଉଛନ୍ତି।

ନାଗ ନାଗୁଣୀ, ଗଣେଶ ଓ ହର ପାର୍ବତୀ ଙ୍କ ସହ ବୃଷଭ।ବାବା ଚମ୍ପେଶ୍ଵର ଙ୍କ ପୀଠ କୁ ଅଧିକ ମନଲୋଭା କରିଛି ଦେବଗିରି ପାହାଡ଼ ରୁ ବାହାରିଥିବା ଝରଣା ଓ ନାଗ ନାଗୁଣୀ।

ଏହି ସ୍ଥାନ ଟି ଏକ ପର୍ଯ୍ୟଟନ କ୍ଷେତ୍ର ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ରାଜ୍ୟ ପର୍ଯ୍ୟଟନ ମାନଚିତ୍ର ରେ ମାନ୍ୟତା ପାଇବାରୁ ବଞ୍ଚିତ ରହିଛି ବାବା ଚମ୍ପେଶ୍ଵର୍ ପୀଠ

Leave a comment
Latest news