ମିଛ ମାୟା ସଂସାର, କେହି ନୁହଁ କାହାର, ସରପଞ୍ଚ ଙ୍କୁ ଭୋଟ ଦେଇ ଜିତେଇବା ପରେ କଣ ପାଇଁ ଅବହେଳିତ ଭୋଟର”

ମିଛ ମାୟା ସଂସାର, କେହି ନୁହଁ କାହାର, ସରପଞ୍ଚ ଙ୍କୁ ଭୋଟ ଦେଇ ଜିତେଇବା ପରେ କଣ ପାଇଁ ଅବହେଳିତ ଭୋଟର”

ଦର୍ଶକ ବନ୍ଧୁ,ଅନ୍ଧ ଦେଶେ ଗଲି ଆଇନା ବିକି, କନ୍ଧ ହାତେ ଦେଲି ଗୋଧନ ଟେକି ନୀତିରେ ଚାଲିଛି ଇନ୍ଦାଳ ପଂଚାୟତ ର ଭାଗ୍ୟ. ନୂଆ ସରପଞ୍ଚ ଆସିଛନ୍ତି ସତ କିନ୍ତୁ ସରପଞ୍ଚ କୁଆଡେ ଭୋଟର ଙ୍କୁ କହୁଛନ୍ତି ” ମୋ ହାତରେ କିଛି ନାହିଁ ତମେ ନିଜେ ନିଜ ପଇସା ରେ ରାସ୍ତା ନିର୍ମାଣ କର “

ଏକଥା ଆମେ କହୁନୁ ଆଜ୍ଞା ଶୁଣନ୍ତୁ ମହିଳା ଙ୍କ କଥା

ଶୁଣିଲେ ତ ଗାଁ ର ଜଣେ ବୋହୁ ଓ ଜଣେ ମହିଳା କିଭଳି ସରପଞ୍ଚ ଙ୍କ ନାମ ରେ ସଂଗୀନ ଅଭିଯୋଗ ଆଣିଛନ୍ତି…………

ଘଟଣା ଟି ଏହି ଭଳି କି ସରକାର, ପ୍ରଶାସନ, ନେତା ଓ ସରପଞ୍ଚ ଙ୍କ ଅବହେଳା କାରଣ ରୁ ଯାତାୟତ ଜନିତ ସମସ୍ୟା ଭୋଗୁଛନ୍ତି ଅଢଙ୍ଗା ଗ୍ରାମ ଦଳିତ ବସ୍ଥି ଜେନା ସାହି ର ଲୋକେ.
ପଂଚାୟତ ନକ୍ସା ରେ ସରକାରୀ ରାସ୍ତା ନଥିବାରୁ ବାହ୍ୟ ଜଗତରୁ ଏକ ପ୍ରକାର ବିଛିନ୍ନ ହୋଇ ରହିଛନ୍ତି. ବିଲ ମଝିରେ କିଛି ବ୍ୟକ୍ତିଗତ ଜାଗା ରେ ଅସ୍ଥାୟୀ ମାଟି/କଚ୍ଚା ରାସ୍ତା ନିର୍ମାଣ କରିଥିଲେ ମଧ୍ୟ ବର୍ଷା ଦିନ ରେ ପାଣି କାଦୁଅ ଭରା ମାଟି ରାସ୍ତା ରେ ଚଳାଚଳ ଦୁର୍ଗମ ପାଲଟିଛି..ଏହି ମାଟି ରାସ୍ତା ରେ କାଦୁଅ ଭରି ରହିଥିବାରୁ ଗାଡି ଟିଏ ମଧ୍ୟ୍ୟ ଆସି ପାରୁନି.ଆମ୍ବୁଲାନ୍ସ ଆସି ପାରୁନଥିବା ରୁ ରୋଗୀ ଡାକ୍ତର ଖାନା ଯିବାକୁ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେଊଛନ୍ତି.ପିଲା ବର୍ଷl ଦିନରେ ପାଣି କାଦୁଅ ରେ ପଶି ସ୍କୁଲ ଯାଉଛନ୍ତି.
ନାନାଦି ଅସୁବିଧା ର ସମ୍ମୁଖୀନ ହେବା ପରେ ସ୍ଥାନୀୟ ଲୋକେ ଏକ ସରକାରୀ ମଞ୍ଜୁରୀ ରେ ପକ୍କା ସଡ଼କ ଦାବି କରିଛନ୍ତି.
ସ୍ୱାଧୀନତା କୁ ବିତି ଯାଇଛି ଅନେକ ବର୍ଷ, ହେଲେ ଆଜିବି ଡେରାବିଶ ବ୍ଲକ ଇନ୍ଦାଳ ପଞ୍ଚାୟତ ଅଢଙ୍ଗା ଗ୍ରାମ ଜେନା ସାହି ଦଳିତ ବସ୍ଥି ରେ ଲୋକେ ଯାତାୟାତ ଜନିତ ଦୁଃଖ ଭୋଗୁଛନ୍ତି. ନିଜ ନାମରେ ଜମି ପଟ୍ଟା କରି ସେମାନେ ରହିଲେ ସତ କିନ୍ତୁ ସରକାରୀ ରାସ୍ତା ଖଣ୍ଡିଏ ନଥିଲା.ଆଜି ପର୍ଯ୍ୟନ୍ତ ପ୍ରଶାସନିକ ଅବହେଳା କାରଣ ରୁ ରାସ୍ତା ନଥିବା ରୁ ମୁଖ୍ୟ ରାସ୍ତା କୁ ସଂଯୋଗୀ କୃତ ବ୍ୟକ୍ତିଗତ ଜମି ରେ ନିର୍ମିତ ଅସ୍ଥାୟୀ କଚ୍ଚା ରାସ୍ତା ଯାତାୟତ ର ଏକ ମାତ୍ର ବିକଳ୍ପ ସାଜିଛି.
ତେବେ ସେହି ଅସ୍ଥାୟୀ ରାସ୍ତା ରେ ଅନେକ ବର୍ଷ ପୂର୍ବେ ପଂଚାୟତ ସ୍ଥର ରେ କିଛି ଅନୁଦାନ ଆସି ମୋରମ ପଡିଥିଲା. କିନ୍ତୁ ତାହା ଚଳାଚଳ ର ସ୍ଥାୟୀ ସମାଧାନ ନଥିଲା.

ଦଳିତ ବସ୍ଥି ର କିଛି ଦିବ୍ୟାଙ୍ଗ ନିଜ କର୍ମ ଖେତ୍ର ଓ ଶିକ୍ଷା କ୍ଷେତ୍ର କୁ ଯିବା ପାଇଁ ମଧ୍ୟ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି. ସ୍ଥାନୀୟ ଲୋକେ ବର୍ତମାନ ସରପଞ୍ଚ ଙ୍କୁ ରାସ୍ତା ନିର୍ମାଣ ପାଇଁ ଅନୁରୋଧ କରିଥିଲେ ବି ସେ ଏହାକୁ ଗୁରୁତ୍ୱ ଦେଇନଥିଲେ.

ଏନେଇ ଡେରାବିଶ ବିଡ଼ିଓ ଙ୍କୁ ଅବଗତ କରାଇବା ପରେ ସେ ଏନେଇ ପୂର୍ବରୁ ଅଭିଯୋଗ ପାଇଛନ୍ତି ଓ ବିଭାଗୀୟ ଯେଇ ଙ୍କୁ ତଦନ୍ତ ନିର୍ଦେଶ ଦେଇଥିବା ଆମକୁ ସୂଚନା ଦେଇଛନ୍ତି

ନମିତା ବାରିକ(ବିଡ଼ିଓ ଡେରାବିଶ )
ପକ୍କା ରାସ୍ତା ତ ଦୂରର କଥା ସରକାରୀ ରାସ୍ତା ପାଇବାରୁ ବଞ୍ଚିତ ଅଢଙ୍ଗା ଜେନା ସାହି ରେ ବର୍ଷା ଦିନେ ଯାତାୟାତ ଜନିତ କଷ୍ଟ ଯୋଗୁଁ ଲୋକ ନିଜ ଅସନ୍ତୋଷ ବ୍ୟକ୍ତ କରିବା ସହ ରାସ୍ତା ନିର୍ମାଣ ର ଦାବି ମଧ୍ୟ ରଖିଛନ୍ତି..

Leave a comment
Latest news