ମିଳିତ ହେଲେ ପାଇକଗଡ଼ର ଶୈବବିପ୍ର।ସନାତନ ଧର୍ମର ସୁରକ୍ଷା ପାଇଁ ହେତୁବାଦୀଙ୍କ ବିରୋଧରେ ଗର୍ଜିଲା ସଂଘ।।

USSMPS ଦ୍ଵାରା ଅନୁଷ୍ଠିତ ହେଲା ସ୍ୱଚ୍ଛତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ। ମିଳିତ ହେଲେ ପାଇକଗଡ଼ ଖୋର୍ଦ୍ଧାର ଶୈବବିପ୍ର।ସେବାପାଇଁ ଭିଡ଼ିଲେ ଅଣ୍ଟା।ଆଜି ଚନ୍ଦ୍ର ଗ୍ରହଣ କାରଣରୁ ସମସ୍ତ ଦେବାଳୟରେ ପୂଜାର୍ଚ୍ଚନା ବନ୍ଦଥିବାରୁ ଶୈବପୀଠ ଗୁଡିକର ସ୍ଵଛତା ସହିତ ତାର ପରିସରର ଶ୍ରୀବୃଦ୍ଧି ସାଧନ ଏବଂ ପରିବେଶ ସୁରକ୍ଷା ନିମନ୍ତେ ଲଗାଇଲେ ବୃକ୍ଷ।ପ୍ରକାଶ ଥାଉକି,ଉତ୍କଳ ଶିଵଶକ୍ତି ମନ୍ଦିର ପୂଜକ ସଂଘ,ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ବେଗୁନିଆ ବ୍ଲକ ବଡ଼ବେରଣା ଗ୍ରାମର ଅଧିଷ୍ଠିତ ଶ୍ରୀ ଜଳେଶ୍ଵର ମହାଦେବଙ୍କ ପରିସରରେ ରାଜ୍ୟ ସଭାପତି ପରମଶୈବ ଲଳିତ ମହାପାତ୍ର ଏବଂ ରାଜ୍ୟ ସମ୍ପାଦକ ଆଚାର୍ଯ୍ୟ ବ୍ୟୋମକେଶ ମହାପାତ୍ରଙ୍କ ନିର୍ଦ୍ଧେଶ କ୍ରମେ ଉପରୋକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମ ପରେ ଅନୁଷ୍ଠିତ ଜନସମାବେଶରେ ସନାତନ ହିନ୍ଦୁଧର୍ମର ସୁରକ୍ଷା ପାଇଁ ଉପସ୍ଥିତ ବକ୍ତାମାନେ ଆହ୍ବାନ ଦେଇଥିଲେ।

ଏହିକ୍ରମରେ ଗତ ସୂର୍ଯ୍ୟପରାଗ ଏବଂ ଆଜିକାର ଚନ୍ଦ୍ର ଗ୍ରହଣ କୁ ନେଇ ହେତୁବାଦୀଙ୍କ ପକ୍ଷରୁ ସନାତନ ଧର୍ମ ଏବଂ ସଂସ୍କାର ବିରୋଧୀ ମତ ଏବଂ କ୍ରିୟାକଳାପ ବିରୋଧରେ ପ୍ରବଳ ବର୍ଷିଥିଲେ।ଆଗାମୀ ଦିନରେ ଓଡ଼ିଶାର ସମସ୍ତ ହିନ୍ଦୁ ସଂଗଠନ ସହିତ ମିଶି ଆନ୍ଦୋଳନ କୁ ଓହ୍ଲାଇବା ପାଇଁ ଦୃଢ଼ ଶପଥ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ଶରତ କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିବାବେଳେ ସମ୍ପାଦକ ଅମିତ ମହାପାତ୍ର ପରିଚାଳନା କରିଥିବାବେଳେ ଖୋର୍ଦ୍ଧା ଜିଲ୍ଲା ରାଜ୍ୟ ସଙ୍ଘଠକ ଅଜୟ ମହାପାତ୍ର, ଓ ସଞ୍ଜୟ ମହାପାତ୍ର, ପ୍ରଦୀପ୍ତ ମହାପାତ୍ର, ସୁରେଶ ମହାପାତ୍ର,ବ୍ଲକ ସଭାପତି ଆଶିଷ, ଅରବିନ୍ଦ ମହାପାତ୍ର ମହାପାତ୍ର,ଉମାକାନ୍ତ ମହାପାତ୍ର ସଦସ୍ୟ ମାନେ ସଯଯୋଗ କରିଥିଲେ। STV news odisha bureau

Leave a comment
Latest news