ମିଶନ ଶକ୍ତି ଗୋଷ୍ଠୀ ସହାୟକ କର୍ମଚାରୀଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି।
ମିଶନ ଶକ୍ତି ଗୋଷ୍ଠୀ ସହାୟକ କର୍ମଚାରୀଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି। ଏଥିରେ ସେମାନଙ୍କ ପାଇଁ ପୋଷାକ ଭତ୍ତା, ସ୍ମାର୍ଟ ଫୋନ, ଗସ୍ତ ଖର୍ଚ୍ଚ ଓ ମାସିକ ପାରିଶ୍ରମିକ ପରି ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ୫୦,୦୦୦ ଗୋଷ୍ଠୀ ସହାୟକ କର୍ମଚାରୀ ଉପକୃତ ହେବେ।
ଏହି ପ୍ୟାକେଜରେ ସମସ୍ତ ଗୋଷ୍ଠୀ ସହାୟକ କର୍ମଚାରୀଙ୍କୁ ପରିଚୟ ପତ୍ର, ପୋଷାକ ଭତ୍ତା ବାବଦକୁ ₹୧୦୦୦ ଓ ସ୍ମାର୍ଟ ଫୋନ କିଣିବା ପାଇଁ ଏକକାଳୀନ ₹୫୦୦୦ ସହାୟତା ଦିଆଯିବ।
ସେହିପରି ସିଆରପି-ସିଏମମାନଙ୍କୁ ମାସିକ ପାରିଶ୍ରମିକ ₹୩୦୦୦, ଗସ୍ତ ଖର୍ଚ୍ଚ ₹୩୫୦ ଓ ଟେଲିଫୋନ ଭତ୍ତା ବାବଦକୁ ₹୨୫୦ ପ୍ରଦାନ କରିବାକୁ ବ୍ୟବସ୍ଥା କରାଯାଇଛି।
ମିଶନ ଶକ୍ତିକୁ ଆହୁରି ଆଗକୁ ନେବା ପାଇଁ ପଞ୍ଚାୟତସ୍ତରରେ ଗୋଷ୍ଠୀ ସହାୟକ କର୍ମଚାରୀ ନିଷ୍ଠାପର ଭାବେ କାର୍ଯ୍ୟ କରୁଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରୂପାନ୍ତରିତ ଓଡ଼ିଶା ଗଠନ ଦିଗରେ ଅଧିକ ପରିଶ୍ରମ କରିବାକୁ ଏହି ଆର୍ଥିକ ପ୍ୟାକେଜ ସେମାନଙ୍କୁ ଉତ୍ସାହିତ କରିବ ବୋଲି ସେ କହିଛନ୍ତି।