ମୟୁରଭଞ୍ଜ ବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, କହିଲେ ରାଜ୍ୟର ବିକାଶରେ ରହିଛି ସ୍ୱତନ୍ତ୍ର ଅବଦାନ !

ମୟୁରଭଞ୍ଜ ଗସ୍ତରେ ଯାଇ ରାସଗୋବିନ୍ଦପୁରର ଟିକପଦା କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାସଗୋବିନ୍ଦପୁର ଓ କରଞ୍ଜିଆର ହାତୀବାରିଠାରେ ଦୁଇଟି ମଧ୍ୟମ ଜଳସେଚନ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ୨ଟି ପର୍ଯ୍ୟାୟ ପ୍ରାୟ ୪୯୦ କୋଟି ଟଙ୍କାର ୧୯୪ ଟି ଉନ୍ନୟନ ମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।ଏହି ଅବସରରେ ସେ କହିଛନ୍ତି ଶସ୍ୟ ଶ୍ୟାମଳା ହେବ ମୟୂରଭଞ୍ଜ ଜିଲ୍ଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତାଙ୍କ ଅଭିଭାଷଣରେ କହିଥିଲେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମସ୍ତଙ୍କୁ ମୋର ଅଭିନନ୍ଦନ । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ଦ୍ୱାରା ଆଦୃତ ହୋଇଛି । ସାରା ଓଡ଼ିଶା ଆଗକୁ ବଢ଼ିବାର ଚିତ୍ର ମୁଁ ଦେଖି ପାରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେ ଆହୁରି କହିଥିଲେ ‘ବିଭିନ୍ନ ଦୃଷ୍ଟିରୁ ମୟୂରଭଞ୍ଜର ଭୂମିକା ଗୁରୁତ୍ବପୂର୍ଣ୍ଣ ।‘ନିଜ ଦକ୍ଷତା ବଳରେ ଜନଜାତି ପିଲା ସୁନାମ ଅର୍ଜନ କରୁଛନ୍ତି । କଳା ଓ ସଂସ୍କୃତିର ମାଟି ହେଉଛି ମୟୂରଭଞ୍ଜ ବୋଲି ସେ କହିଛନ୍ତି । ମୟୁରଭଞ୍ଜ ରାଜ୍ୟର ଏକ ବଡ ଓ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ବୋଲି ମତ ଦେଇ ସେ କହିଲେ ଯେ ରାଜ୍ୟର ବିକାଶର ମୟୁରଭଞ୍ଜର ସ୍ବତନ୍ତ୍ର ଅବଦାନ ରହିଛି । ସମସ୍ତେ ମିଶି ଜିଲ୍ଲାର ଓ ସାରା ରାଜ୍ୟର ବିକାଶ ପାଇଁ ହାତ ମିଳାଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ ! ମୟୂରଭଞ୍ଜ ଜିଲ୍ଲାରୁ ଦୀନେଶ କୁମାର ସେଠୀ ଙ୍କ ରିପୋର୍ଟ ।

Leave a comment
Latest news