ଲଘୁଚାପ ବର୍ଷାରେ ବେହାଲ ହେଇକି ଭିଜିବ ଟ୍ଵିନ୍‌ City,ଭୁବନେଶ୍ୱର ବୁଡିବ କଟକ ଭାସିବ,ଏହି ଜାଗାରେ ହେବ ପ୍ରବଳ ରୁ ଅତି ପ୍ରବଳ ବର୍ଷା…

ଦୁଇ ସହରକୁ ଅର୍ବାନ ଫ୍ଲଡ ଭୟ,ଲଗାଣ ବର୍ଷାରେ ବେହାଲ ହେବ ସହର,ତଳିଆ ଅଞ୍ଚଳ ହେବ ଜଳମଗ୍ନ।ରାସ୍ତା ଉପରେ ଉପୁଜି ପାରେ କୁତ୍ରିମ ବନ୍ୟା,ସତର୍କ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର।ଲଘୁଚାପ ଫଳରେ ବର୍ଷାରେ ଭିଯିବ ଟୁଇନ ସିଟି,କଟକ ଓ ଭ୍ବନେଶ୍ୱରକୁ ରହିଛି ବର୍ଷାର ଭୟ।ପ୍ରବଳ ବର୍ଷା ଯୋଗୁଁ ବନ୍ୟାର ଆସଙ୍କା ରହିଛି

ଲଘୁଚାପ ଫଳରେ ଟୁଇନ ସିଟିରେ ଦିନ ତମାମ ବର୍ଷା ଲାଗି ରହିବ। ପ୍ରବଳ ବର୍ଷା ଯୋଗୁଁ ସହରୀ ବନ୍ୟା ଉପୁଜିବାର ଯଥେଷ୍ଟ ସମ୍ଭାବନା ରହିଛି।ଏନେଇ ସତର୍କ କରାଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗର ପାଣିପାଗ ବିଜ୍ଞାନୀ ଉମା ଶଙ୍କର ଦାସ।ଘଣ୍ଟାକୁ ୨-୩ ସେଣ୍ଟିମିଟର ବେଗରେ ବର୍ଷା ହେବାର ସମ୍ଭାବନା ରହିଛି ଫଳରେ ଟ୍ରାଫିକ ସମସ୍ୟା ଓ ଯାତାୟତରେ ମଧ୍ୟ ଅନେକ ସମସ୍ୟା ଦେଖାଦେବ।ତାଲୁଆ ଅଞ୍ଚଳ ପାଇଁ ଅଧିକ ସମସ୍ୟା ସୃଷ୍ଟି ହେବ।ସେଥିପାଇଁ ତଳିଆ ଅଞ୍ଚଳରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ।ପାଣିପାଗ ବିଜ୍ଞାନୀ(ଉମା ଶଙ୍କର ଦାସ):ତଳିଆ ଅଞ୍ଚଳରେ ପାଣି ଜମି ଯିବା ସହ ଆମର ଏଠି ଗୋଟେ ସହରୀ ବନ୍ୟା

ସୃଷ୍ଟି ହେବାର ସମ୍ଭାବନା ରହିଛି।ଆଉ ଟ୍ରାଫିକ ସମସ୍ୟା ଦେଖା ଦେବ,ଆଉ ଯାତାୟାତରେ ମଧ୍ୟ ବାଧା ଉପୁଜିବାର ସମ୍ଭାବନା ରହିଛି।ତା ଛଡା ଏହି ଜଉ ଲଘୁଚାପ ସୃଷ୍ଟି ହଉଛି ଆମର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରାୟତଃ ୪୫-୫୫ ବେଗରେ ପବନ ବହିବ,ସର୍ବାଧିକ ୬୫ କିଲୋମିଟର ପର୍ଯ୍ୟନ୍ତ ରହିବ।ଆଉ ଭୁବନେଶ୍ୱର

ଏବଂ କଟକରେ ଆଜି ଦିନ ତମାମ ବର୍ଷା ଲାଗି ରହିବା ସହିତ ମଝିରେ ମଝିରେ ଘଣ୍ଟା ପ୍ରତି ୨-୩ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ଲାଗି ରହିବ।ଯାତାୟତ ମୁଖ୍ୟତଃ ଯାତାୟାତ ପାଇଁ ଅସୁବିଧା ଉପୁଜିବା ନେଇ ଲୋକଙ୍କୁ ସତର୍କ ସୂଚନା ଜାରି କରାଯାଉଅଛି।ଏନେଇ ଭୟ ବୋଲି ମହାନଗର ନିଗମ ପକ୍ଷରୁ ମଧ୍ୟ କୁହାଯାଇଅଛି।

ସହରରେ ବିଭିନ୍ନ ସ୍ଥାନରେ ମୋଟର ପମ୍ପ ଲଗେଇ ଜଳ ନିଷ୍କାସନ କରିବା ପାଇଁ ମଧ୍ୟ ନିଷ୍ପତି ନିଆ ଯାଇଅଛି।ଟ୍ରାଫିକ ପରିଚାଳନା ଉପରେ ମଧ୍ୟ ସ୍ଵତନ୍ତ୍ର ଧ୍ୟାନ ଦିଆଯିବ।ତେବେ ଆପଣ ସତର୍କତା ଅବଲମ୍ବନ କରନ୍ତୁ।ବର୍ଷା ସମୟରେ ବାହାରକୁ ଯାଆନ୍ତୁ ନାହିଁ, ଗୃହପାଳିତ ପଶୁ ପକ୍ଷୀଙ୍କୁ ସୁରକ୍ଷିତ ଶୁଖିଲା ସ୍ଥାନରେ ରଖନ୍ତୁ।ନିଜେ ନିଜର ଯତ୍ନ ନିଅନ୍ତୁ ଏବଂ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତୁ।

Leave a comment
Latest news