ଲଘୁଚାପ ଲଗାଣବର୍ଷା ଯୋଗୁଁ ବାରିପଦା ସହର ବେହାଲ ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ସମ୍ଭାବ୍ୟ ବର୍ଷା କୁ ନେଇ ମୟୁରଭଞ୍ଜ ଜିଲ୍ଲାପାଳ ଚିନ୍ତା ବଢ଼ାଇଛି। । ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଜିଲ୍ଲାପାଳ ବିନୀତ ଭରର୍ଦ୍ବଜଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ଅଧିକାରୀ ମାନଙ୍କୁ ନେଇ ଏକ ଗୋରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି।ଆଜି ଜିଲ୍ଲା ପାଳ ବାତ୍ୟା ଅଞ୍ଚଳ ପରିଦର୍ଶନ କରିଛନ୍ତି।ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଆନୁସଙ୍ଗିକ ବ୍ୟବସ୍ତା କରିବାପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସଜାଗ ରହିବାକୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ବାରିପଦା ସହର ର ୱାର୍ଡ଼ ନଂ ୭,୮ର ଚିନ୍ତା ଖୁବ ଜଟିଳ ଅବସ୍ଥା ଗୁରୁତର ହେବାରେ ଲାଗିଛି।ଏହି ଅଞ୍ଚଳରେ ସମସ୍ତସରକାରୀ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ।ସେହିପରି ବାତ୍ୟା ଆଶ୍ରୟସ୍ଥଳୀ ଓ ସରକାରୀ ବିଦ୍ୟାଳୟ , ଅଙ୍ଗନବାଡି ଗୃହ ଆଦି ଖୋଲା ରଖିବା ସହ ଆବଶ୍ୟକ ହେଲେ ଲୋକଙ୍କୁ ସ୍ଥାନାନ୍ତର ପାଇଁ ବିଡ଼ିଓ ଓ ତହସିଲଦାର ମାନଙ୍କୁ ନିର୍ଦେଶ ଦିଆଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଚୁଡା , ଚିନି , ଗୁଡ଼ ଓ ରନ୍ଧଖାଦ୍ୟ ଯୋଗାଇ ଦେବା ବ୍ୟବସ୍ତା , ବିସୁଧ ପାନୀୟ ଜଳ ଓ ଜେନେରେଟର ପ୍ରସ୍ତୁତ ରଖିବାକୁ ମଧ୍ୟ କୁହାଯାଇଛି।ତେବେ ଓଡ୍ରପ, ଏଣ୍ଡିଆରଫ,ଅଗ୍ନିଶମ ବିଭାଗ ,ପୋଲିସ କର୍ମଚାରୀ ତଳିଆ ଅଞ୍ଚଳରେ ଜଗି ବସି ରହିଥିବାର ଦୃଶ୍ୟ ଦେଖିବାକୁ ମିଳିଛି।ତେବେ ବାରିପଦା ସ୍ଥିତ ବୁଢ଼ାବଳଙ୍ଗ ନଦୀରେ ମଧ୍ୟ ଲଘୁଚାପ ବର୍ଷାରେ ଜଳସ୍ତର ବୃଦ୍ଧି ପାଇଛି ।

Leave a comment
Latest news