ଲୋକପ୍ରତିନିଧି ଲୋକଙ୍କ ପାଖକୁ ଗଲେ ବିଜେଡି ନେତାଙ୍କ ଆଖିରେ ଯାଉନାହିଁ କାହିଁକି?: ଦିଲୀପ ମଲ୍ଲିକ

କଟକ/ଭୁବନେଶ୍ୱର,ତା.୧୮/୧୦: ଯଦି ଜଣେ କର୍ପୋରେଟର ଲୋକଙ୍କ ପାଖକୁ ଯାଇ ଭତା କାର୍ଡ ବାଂଟିଲା ତାହାଲେ ଅସୁବିଧା କେଉଁଠି ହେଲା । କଟକ ସଦର ୫୧ନଂ ଭାରତୀୟ ଜନତା ପାର୍ଟି କର୍ପୋରେଟର ରାକେଶ ସ୍ୱାଇଁ ଲୋକଙ୍କ ଘରକୁ ଯାଇ ଭତା କାର୍ଡ ବାଂଟିଥିବାରୁ ତାଙ୍କ ନାଁରେ ବିଜୁ ଜନତା ଦଳର ନେତାମାନେ ପୋଲିସରେ ଏଫ୍‌ଆଇଆର ଦେବା ଅତ୍ୟନ୍ତ ହାସ୍ୟାସ୍ପଦ ଘଟଣା । କର୍ପୋରେଟର ହେଉଛନ୍ତି ତୃଣମୂଳ ସ୍ତରର ନିର୍ବାଚିତ ଜନପ୍ରତିନିଧି । ତାଙ୍କ ଦାୟିତ୍ୱ ହେଉଛି ଲୋକମାନଙ୍କ ପାଖରେ ସରକାରୀ ଯୋଜନାକୁ ପଂହଚାଇବା । ସେ ଯଦି ତାଙ୍କ କତବ୍ୟ କଲେ ତାଙ୍କୁ ବାଧା ଉପୁଜାଇବା ପାଇଁ ବିଜୁ ଜନତା ଦଳର ନେତାମାନେ ଏଭଳି କରିବା ଅତ୍ୟନ୍ତ ଜନବିରୋଧୀ । ପ୍ରଶାସନ ଅଧିକାରୀମାନଙ୍କ ପାଇଁ ବିଜୁ ଜନତା ଦଳ ସେମାନଙ୍କର ଚା, ପାଣି ବ୍ୟବସ୍ଥା କରୁଛି, ସେମାନଙ୍କ ମାଇକ୍‌, ଲାଇଟ୍‌, ସାଉଣ୍ଡ୍‌ର ସୁପରଭ୍ରାଇଜର ଭାବରେ କାମ କରୁଛନ୍ତି ଏହା ସେମାନଙ୍କ ପାଇଁ ଗ୍ରହଣୀୟ ହୋଇଯାଉଛି । କିନ୍ତୁ ଯଦି ଜଣେ ଲୋକପ୍ରତିନିଧି ଲୋକଙ୍କ ପାଖକୁ ଯାଉଛି ଏହା ବିଜୁ ଜନତା ଦଳର ନେତାମାନଙ୍କ ଆଖିରେ କାହିଁକି ଯାଉନାହିଁ ବୋଲି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ କହିଛନ୍ତି ।
ଶ୍ରୀ ମଲ୍ଲିକ କହିଛନ୍ତି ଯେ, ବିଜୁ ଜନତା ଦଳର ବିଧାୟକ ଓ ମନ୍ତ୍ରୀମାନେ ଆଗରୁ ଏବଂ ଏବେ ଭତା ବାଂଟିବାର ଅନେକ ନଜିର ରହିଛି । ସେତେବେଳେ ବିଜେଡି କର୍ପୋରେଟରମାନେ ସେମାନଙ୍କ ପଛରେ ଠିଆ ହୁଅନ୍ତି । କିନ୍ତୁ ଆଜି ଯେତେବେଳେ ଆମ ଦଳର କର୍ପୋରେଟର ଭତା ବାଂଟୁଛନ୍ତି ଏହାକୁ ନେଇ ଏତେ ଅସୁୟାଭାବ କାହିଁକି? ଆମ ଦଳର କର୍ପୋରେଟରଙ୍କ ନାଁରେ ମିଥ୍ୟା ଏଫଆଇଆର ଦେଇ ଧମକ ଦେବାର ଅପଚେଷ୍ଟା କରିଛନ୍ତି ବିଜେଡି ନେତାମାନେ । ଆଗାମୀ ଦିନରେ ଲୋକେ ଏହାର ଉଚିତ ଜବାବ ଦେବେ ।

(ବିଜେପି ମିଡିଆ ସେଲ୍‌)

Leave a comment
Latest news