ସରପଞ୍ଚ ଙ୍କ ନାମ ରେ ଦୁର୍ନୀତି ଅଭିଯୋଗ ?
ଫଳକ ନାଇଁ, କାମ ରେ ଦୁର୍ନୀତି, ଯୋଜନା ନା ରେ ହରିଲୁଟ, ଆବର୍ଜନା କୁଣ୍ଡ ବାହାରେ ଆବର୍ଜନା ଗଦା ହୋଇଛି, ରାସ୍ତା କାମ ହେଇଚି କିନ୍ତୁ ପ୍ରକଳ୍ପ ର ନାମ ନାହିଁ.ଲୁଟ, ଲୁଟ, ହରିଲୁଟ, ପଂଚାୟତ ବାସୀଙ୍କୁ ଠକୁଛନ୍ତି କି ସରପଞ୍ଚ?ଏଭଳି ଘଟଣା ଦେଖୁବାକୁ ମିଳିଛି କେନ୍ଦ୍ରାପଡ଼ା ବ୍ଲକ ଚକ୍ରୋଡା ପଞ୍ଚାୟତ ନରିଲୋ ଆଠ ନମ୍ବର ୱାର୍ଡ଼ ରେ . ଗୋଟିଏ ଜାଗାରେ ନିର୍ମାଣ ହୋଇଛି ଦୁଇଟି ଆବର୍ଜନା କୁଣ୍ଡ, ଏକ ରାସ୍ତା ନିର୍ମାଣ ହୋଇଛି ସତ କିନ୍ତୁ ରାସ୍ତା ଟି ପଞ୍ଚାୟତ ର ନା ବ୍ଲକ ଅଧିକ ପ୍ରକଳ୍ପ, ନାମ ଫଳକ ନଥିବାରୁ ତାହା ବୁଝା ପଡୁନି.କାମ କେତେ ଟଙ୍କାର ଏବେ ପଂଚାୟତ ବାସି ଙ୍କ ମନରେ ଉଠିଛି ପ୍ରଶ୍ନ. ଏନେଇ ପଞ୍ଚାୟତ ର କିଛି ଲୋକ ଅଭିଯୋଗ ମଧ୍ୟ କରିଛନ୍ତି. ନିଜେ ପଞ୍ଚାୟତ ସମିତି ସଭ୍ୟ ଙ୍କ ପ୍ରତିନିଧି ମଧ୍ୟ ସରପଞ୍ଚ ଙ୍କ ନାମ ରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି.ସ୍ଥାନୀୟ ୱାର୍ଡ଼ ମେମ୍ବର ଏହି ଘଟଣା ରେ ଭିନ୍ନ ମନ୍ତବ୍ୟ ରଖିବା ସହ ପୂର୍ବ ସରପଞ୍ଚ ଙ୍କ ସମୟର ଘଟଣା କହିଥିଲେ. ଓ ବିନା ପ୍ରମାଣ ରେ ଏହି କାମ କୁ ବ୍ଲକ କାମ ବୋଲି କହିଥିଲେ.
ସେପଟେ ଗ୍ରାମ ର କିଛି ଲୋକ ଅଭିଯୋଗ କରିଚନ୍ତି ଯେ ସରପଞ୍ଚ ଙ୍କ ଅସହଯୋଗ ଯୋଗୁଁ ମନରେଗା କାମ କରି ମଧ୍ୟ ଟଙ୍କା ମିଳିନାହିଁ ଜବ କାର୍ଡ ଧରି ଙ୍କୁ.ସରପଞ୍ଚ ଙ୍କ ନାମ ରେ ନାନାଦି ଅଭିଯୋଗ ପରେ ସରପଞ୍ଚ କିନ୍ତୁ ନିଜ ପ୍ରତିକ୍ରିୟା ରେ ଆପଣା ଦୋଷ ଘୋଡେଇ ସବୁ ଅଭିଯୋଗ କୁ ଖଣ୍ଡନ କରିବା ସହ ରାସ୍ତା କାମ ଓ ଆବର୍ଜନା କୁଣ୍ଡ କାମ ସବୁ ସଠିକ ରୂପେ ଚାଲିଥିବା କହିଛନ୍ତି.