ସରପଞ୍ଚ, ସମିତି ସଭ୍ୟ ବା ସଭ୍ୟା, ୱାର୍ଡ଼ ମେମ୍ବର ନିର୍ବାଚନ ରେ କୌଣସି ଦଳୀୟ ପ୍ରାର୍ଥୀ ନଥାନ୍ତି !
ଏଠି ଦଳ ନାଁ କହି କେହି ନେତା ଭୋଟର ମାନଙ୍କୁ କୌଣସି ଅଯୋଗ୍ୟ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଆସିଲେ, ସେମାନଙ୍କୁ କୁହନ୍ତୁ ଯେ ଦଳ କଥା କହି କେବଳ ଜିଲ୍ଲା ପରିଷଦ ସଭ୍ୟ ବା ସଭ୍ୟା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରନ୍ତୁ କିନ୍ତୁ ସରପଞ୍ଚ, ସମିତି ସଭ୍ୟ ବା ସଭ୍ୟା ଓ ୱାର୍ଡ଼ ମେମ୍ବର ପ୍ରାର୍ଥୀଙ୍କ ପାଇଁ ଦଳ ନାଁ ନେଇ ପ୍ରଚାର କରନ୍ତୁ ନାହିଁ !ଏ କ୍ଷେତ୍ରରେ ଯୋଗ୍ୟତା ଓ ବ୍ୟକ୍ତିତ୍ୱ ଆଧାରରେ ଭୋଟ ଦେବା ସହ ଯୁବ ପୀଢ଼ିକୁ ସୁଯୋଗ ଦିଆଯାଉ !
ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତି ସମ୍ପନ୍ନ ବ୍ୟକ୍ତି, ଦୁର୍ନୀତି ଭ୍ରଷ୍ଟାଚାର, ନିଶା ସେବନ, ଆସାମାଜିକତା ଠାରୁ ଦୂରରେ ଥିବା ବା ସେଗୁଡିକୁ ପ୍ରୋତ୍ସାହନ ଦେଉଥିବା ନେତାମାନଙ୍କ ଠାରୁ ଦୂରରେ ରହିଥିବା ବ୍ୟକ୍ତିଙ୍କୁ ହିଁ କେବଳ ଭୋଟ ଦିଅନ୍ତୁ!ଆପଣଙ୍କ ମତ କେବଳ 5 ଦିନ କି 5 ମାସ ପାଇଁ ନୁହେଁ ପୁରା 5 ବର୍ଷ ପାଇଁ ଅର୍ଥାତ 60 ମାସ ପାଇଁ! ସରକାରୀ ଯୋଜନାରେ ପିସି (pc) ମାଗୁଥିବା ନେତା, ଥାନା, ଫାଣ୍ଡି, ପଞ୍ଚାୟତ, ବ୍ଲକ ଅଫିସରେ ଦଲାଲି କରୁଥିବା, ଭାଇ ଭାଇ, ସାହି ସାହି, ଗାଁ ଗାଁ ଭିତରେ ଫାଟ ସୃଷ୍ଟି କରି ଡ଼ାହାଣି ହୋଇ ଲାଗି ଗୁଣିଆ ହୋଇ ଝାଡ଼ିବାକୁ ଚେଷ୍ଟା କରୁଥିବା ନେତା,
ଗାଁର ଯୁବକ ମାନଙ୍କୁ ମଦୁଆ ଓ ନିଶାଗ୍ରସ୍ତ ବନାଇ ରାଜନୀତି କରୁଥିବା ନେତା, ଭଦ୍ର ମୁଖା ପିନ୍ଧି ଭିତରେ ଶୋଷଣ ଓ ଠକାମୀ କରୁଥିବା ନେତା ଓ ସେମାନଙ୍କର ବଡ଼ ନେତାମାନଙ୍କ ଠାରୁ ଦୁରେଇ ରହି ଆଗାମୀ 5 ବର୍ଷ ପାଇଁ ଭୋଟ ଦିଅନ୍ତୁ ଓ ନିଜକୁ ଗଣତନ୍ତ୍ର ବ୍ୟବସ୍ଥାରେ ଉପଯୁକ୍ତ ଭାବେ ସାମିଲ କରି ଉଦାହରଣ ସୃଷ୍ଟି କରନ୍ତୁ