ସ୍ୱଚ୍ଛତା ହିଁ ସେବା”ର ବାର୍ତ୍ତା ବାଣ୍ଟିଲେ ଶୈବବିପ୍ର ।
“ବୃକ୍ଷ ଲଗାଅ,ଜୀବନ ବଞ୍ଚାଅ”ନାରାରେ କମ୍ପିଲା ଗାଁ

ରାଜ୍ୟ ସରକାରଙ୍କ ଦ୍ବାରା ପଞ୍ଜିକୃତ ତଥା ଅନୁମତି ପ୍ରାପ୍ତ ଓଡ଼ିଶାର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ଶିଵଶକ୍ତି ମନ୍ଦିର ପୂଜକ ସଂଘର ରାଜ୍ୟ ସଭାପତି ପରମଶୈବ ଲଳିତ ମହାପାତ୍ର ଏବଂ ରାଜ୍ୟ ସମ୍ପାଦକ ଆଚାର୍ଯ୍ୟ ବ୍ୟୋମକେଶ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଆଜି ସ୍ୱଚ୍ଛତା ହି ସେବାର ବାର୍ତ୍ତା ବାଣ୍ଟିଲେ ଖୋର୍ଦ୍ଧା ଜିଲ୍ଲାର ଶୈବବିପ୍ର।ଶତାଧିକ ଶୈବବିପ୍ରଙ୍କ ହର ହର ମହାଦେବ ଜୟ ଶିବଶମ୍ଭୁ ଧ୍ୱନିରେ କମ୍ପିଲା ଗାଁ।ବୃକ୍ଷ ଲଗାଅ ଜୀବନ ବଞ୍ଚାଅ ନାରାରେ ଚମକିଲା ଜିଲ୍ଲା।ପ୍ରକାଶ ଥାଉକି, ଆଜି ଉତ୍କଳ ଶିଵଶକ୍ତି ମନ୍ଦିର ପୂଜକ ସଂଘ,ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ର ଉପରବସ୍ତ ଗାଁର ଶ୍ରୀ ଶ୍ରୀ କେଦାରଶ୍ୱର ମହାଦେବଙ୍କ ମନ୍ଦିର ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହିକ୍ରମରେ ମନ୍ଦିର ପରିସରରେ ରୁଦ୍ରାକ୍ଷ ବୃକ୍ଷ ରୋପଣ କରାଯାଇଥିଲା।ଆୟୋଜିତ ଜନ ସମାବେଶରେ ଓଡ଼ିଶାର ସମସ୍ତ ଶିବମନ୍ଦିର ପୂଜକ ମାନଙ୍କ ଉଦ୍ଦେଶ୍ୟରେ ରାଜ୍ୟ ସଭାପତି ପରମ ଶୈବ ଲଳିତ ମହାପାତ୍ର ଶୈବବିପ୍ର ତଥା ଶିବ ପୂଜକ ମାନଙ୍କର ଶିକ୍ଷା, ସଂସ୍କାର ଏବଂ ସଂସ୍କୃତି ଉପରେ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ।ରାଜ୍ୟ ସମ୍ପାଦକ ଆଚାର୍ଯ୍ୟ ବି,କେ ମହାପାତ୍ର ସଂଗଠନର କାର୍ଯ୍ୟାବଳୀ ଉପରେ ଆଲୋକପାତ କରିଥିବାବେଳେ ଜଟଣୀ ଶାଖାର ବ୍ଲକ ସଭାପତି ଶ୍ରୀଯୁକ୍ତ- ଅଧ୍ୟକ୍ଷତା କରିଥିଲେ।ଜଟଣୀ ଶାଖା ବ୍ଲକ ସମ୍ପାଦକ ଶ୍ରୀଯୁକ୍ତ ଅମିତ ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବ୍ଲକ ତଥା ଜିଲାର ସମସ୍ତ ପରିଚାଳକ ସଦସ୍ୟ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।ଖୋର୍ଦ୍ଧା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଶରତ ମହାପାତ୍ର କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ପରିଚାଳକ ସଦସ୍ୟ ଶ୍ରୀଯୁକ୍ତ-ଧନ୍ୟବାଦ ଅର୍ପଣ କରିଥିଲେ।ପ୍ରସ୍ତୁତି–ଶ୍ରୀଯୁକ୍ତ ପ୍ରଦୀପ କୁମାର ରଣା(ରାଜ୍ୟ ସାଂସ୍କୃତିକ ସମ୍ପାଦକ)

Leave a comment
Latest news