ତୃତୀୟ ଲହରରେ ଟିକା ନେଇ ନଥିବା ବ୍ୟକ୍ତିଙ୍କର ମୃତ୍ୟୁ ଅଧିକ

ଦେଶରେ ଟିକା ନେଇ ନଥିବା ବ୍ୟକ୍ତିମାନଙ୍କର କୋଭିଡ୍‌ର ତୃତୀୟ ଲହରରେ ମୃତ୍ୟୁ ହେଉଥିବା ଏକ ଗବେଷଣାରୁ ଜଣାପଡିଛି । ଏହା ବ୍ୟତୀତ ଆଶିଂକ ଟିକା ନେଇଥିବା ବ୍ୟକ୍ତିମାନେ ଗୁରୁତର ହେଉଛନ୍ତି କିମ୍ବା ସେମାନଙ୍କର ମୃତ୍ୟୁ ହେଉଛି । ଦିଲ୍ଲୀର ଏକ ବେସରକାରୀ ଡାକ୍ତରଖାନା ଏବଂ ଅନୁଷ୍ଠାନ ଦ୍ୱାରା କରାଯାଇଥିବା ସର୍ବେକ୍ଷଣରୁ ଏହା ସ୍ପଷ୍ଟ ହୋଇଛି ।

ମାକ୍ସ ହେଲ୍ଥ କେୟାର ପକ୍ଷରୁ ଏହି ସର୍ବେକ୍ଷଣ କରାଯାଇଥିଲା । ଅଧିକାଂଶ ବୟସ୍କ ବ୍ୟକ୍ତିମାନଙ୍କର ତୃତୀୟ ଲହରରେ ମୃତ୍ୟୁ ହେଉଛି । ଏମାନଙ୍କର ଅନ୍ୟ ରୋଗ ଥିବା ମଧ୍ୟ ଏହି ସର୍ବେକ୍ଷଣରୁ ଜଣା ପଡିଛି । ସର୍ବେକ୍ଷଣରେ୬୦ ପ୍ରତିଶତ ମୃତକ ଆଦୌ ଟିକା ନେଇ ନଥିବା କିମ୍ବା ଗୋଟିଏ ଡୋଜ୍‌ ଟିକା ନେଇଥିବା ଜଣା ପଡିଛି । ପ୍ରଥମ ଲହରରେ ୬୨ ପ୍ରତିଶତଙ୍କର ଅମ୍ଳଜାନର ଆବଶ୍ୟକତା ରହିଥିବା ବେଳେ ଦ୍ୱିତୀୟ ଲହର ସମୟରେ ୭୪ ପ୍ରତିଶତ ଏବଂ ତୃତୀୟ ଲହରରେ ୨୩ ପ୍ରତିଶତଙ୍କର ଅମ୍ଳଜାନର ଆବଶ୍ୟକତା ରହିଛି ।

ତୃତୀୟ ଲହରରେ ଡାକ୍ତରଖାନାରେ ଭର୍ତ୍ତିର ଆବଶ୍ୟକତା କମ୍‌ ରହିଛି। ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ବ୍ୟକ୍ତିମାନଙ୍କୁ ଆଇସିୟୁରେ ଭର୍ତ୍ତି ହେବାର ଆବଶ୍ୟକତା ଦରକାର ନାହିଁ ।

Leave a comment
Latest news